କନକ ବ୍ୟୁରୋ : ଭୁବନେଶ୍ବର ଭଳି କଟକରେ ମଧ୍ୟ ଭଡାଘରୁ ସିମବକ୍ସ ମିଳିବା ପରେ ଓଡ଼ିଶାକୁ ନେଇ ବଡ ଧରଣର ଷଡଯନ୍ତ୍ର ହେଉଥିବା ଆଶଙ୍କା କରାଯାଉଛି। ଟ୍ବିନସିଟିରେ ଏତେ ମାତ୍ରାରେ ସିମବକ୍ସ ଜବତ ହେବା ପରେ ଆତଙ୍କବାଦୀ କାର୍ୟ୍ୟକଳାପ ନେଇ ସନ୍ଦେହ ଅଧିକ ଘନୀଭୂତ ହେଉଛି। କଟକ ଓ ଭୁବନେଶ୍ବରର ମିଳିତ ଚଢ଼ାଉରେ ମଧୁପାଟଣା ଥାନା ଅଞ୍ଚଳର ରାଜେନ୍ଦ୍ର ନଗରରେ ୫ଟି ସିମ୍ ବକ୍ସ, ୨୩୬ଟି ଆକ୍ଟିଭ ସିମ୍, ୩୧୦ଟି ସିମ୍, ୪୦ଟି ସିମ୍ କ୍ୟାରିୟର, ଗୋଟିଏ ମଡେମ ଏବଂ ଦୁଇଟି ୨ଟି ରାଉଟର ଜବତ ହୋଇଛି। ସେପଟେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ୫ଦିନିଆ ରିମାଣ୍ଡରେ ନେଇଛି ପୁଲିସ। ଆଉ ରାଜୁ ମଣ୍ଡଳର ସୂଚନା ଆଧାରରେ, କଟକରୁ ଚଢାଉ କରି ସିମବକ୍ସ ଜବତ କରିଛି ପୋଲିସ।
ସିମ୍ ବକ୍ସ କ’ଣ?
ଟ୍ବିନ ସିଟିରୁ ସିମ୍ ବକ୍ସ ଜବତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ହେଲେ ଏହି ସିମ୍ ବକ୍ସ କ’ଣ? ଏହା କେମିତି କାମ କରେ? କାହିଁକି ଏଥିପ୍ରତି ସାବଧାନ ରହିବା ଆବଶ୍ୟକ, ଏସବୁ ଜାଣିବା ନିହାତି ଦରକାର।
ସିମ ବକ୍ସକୁ ଜିଏସଏମ ଗେଟୱେ ବୋଲି ମଧ୍ୟ କୁହାଯାଏ।
ବକ୍ସରେ ବହୁ ପରିମାଣର ସିମ୍ କାର୍ଡ ରହିଥାଏ
ଏଥିରେ ଅଲଗା ଅଲଗା ନେଟୱର୍କ ଅପରେଟରଙ୍କ କାର୍ଡ ରହିଥାଏ
ସେଥିପାଇଁ ବିଭିନ୍ନ ଲୋକେସନ ଓ ନେଟୱର୍କରେ ଏହା କାର୍ୟ୍ୟ କରିପାରେ
ପ୍ରିପେଡ୍ ସିମ୍ କାର୍ଡ ଜରିଆରେ ଏସଏମଏସ୍ ମେସେଜକୁ ପଠାଯାଇଥାଏ
ଗୋଟିଏ ସିମ୍ ବକ୍ସ ଭିତରେ ୫ ଶହ ପର୍ୟ୍ୟନ୍ତ ସିମ୍ କାର୍ଡ ରହିପାରେ
ସିମ୍ ବକ୍ସରେ ଥିବା ସିମ୍ କାର୍ଡରୁ କଲ୍ ଗଲେ , କେଉଁଠୁ କଲ ଆସୁଛି ଜଣାପଡ଼େ ନାହିଁ
ଜଣେ ଭୁବନେଶ୍ବରରେ ରହି କଲ୍ କରିପାରେ, ହେଲେ ଆପଣଙ୍କ ପାଖରେ ଲୋକେସନ ଅନ୍ୟ କେଉଁ ସହର ଦେଖାଇପାରେ
ଏପରିକି ଅନ୍ତର୍ଜାତୀୟ କଲକୁ ମଧ୍ୟ ସ୍ଥାନୀୟ କଲ୍ ହିସାବରେ ଦେଖାଇଥାଏ
ସାଇବର ଲୁଟେରାମାନେ ଏହି ସମ୍ ବକ୍ସର ବ୍ୟବହାର କରିଥାନ୍ତି
କାରଣ ଏଥିରେ କଲ୍ କଲେ ସେମାନଙ୍କ ପ୍ରକୃତ ଠିକଣା ଜଣା ପଡ଼େ ନାହିଁ
ସେହିପରି ଏକାଥରେ ବହୁ ନମ୍ବରକୁ ଏସଏମଏସ୍ ପଠାଯାଇପାରେ
ଆଉ ସାଧାରଣ ଲୋକଙ୍କୁ ଠିକବାରେ ସଫଳ ହୋଇଯାଆନ୍ତି ସାଇବର ଠକ
ସିମ୍ ବକ୍ସ ଯୋଗୁଁ ଟେଲିକମ୍ କମ୍ପାନୀମାନେ ବି କ୍ଷତି ସହିଥାନ୍ତି
୨୦୨୨ରେ ଟେଲିକମ୍ କମ୍ପାନୀମାନେ ପ୍ରାୟ ୨୫ ହଜାର କୋଟିର କ୍ଷତି ସହିଥିଲେ ସିମ୍ ବକ୍ସ ପାଇଁ
ଏହା ଜରିଆରେ ସେମାନେ ଭିନ୍ନ ଭିନ୍ନ ଲୋକଙ୍କୁ କଲ୍ କରି ଠକିଥାନ୍ତି
ଆତଙ୍କବାଦୀ, ଡ୍ରଗ୍ସ ମାଫିଆ ବି ସିମ୍ ବକ୍ସ ବ୍ୟବହାର କରିଥାନ୍ତି
ଅଜଣା କଲ୍ ଆସିଲେ ସାବଧାନ ରୁହନ୍ତୁ
କୌଣସି ଅଜଣା ବା ନୂଆ ଲିଙ୍କରୁ ଏସଏମଏସ୍ ଆସିଲେ, ତୁରନ୍ତ କ୍ଲିକ୍ କରନ୍ତୁ ନାହିଁ
ମନଲୋଭା ଅଫର ନେଇ କୌଣସି ମେସେଜ୍ ଆସିଲେ, ଭଳି ଯାଆନ୍ତୁ ନାହିଁ, ବରଂ ଭଲ କରି ଚେକ୍ କରନ୍ତୁ