କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ନେତୃ୍ତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରା ଏବେ ୮୮ ଦିନରେ ପହଂଚିଛି । ଏହାକୁ ଚାରିଆଡୁ ଜନସମର୍ଥନ ମିଳୁଥିବା ବେଳେ ବିଭିନ୍ନ ବର୍ଗର ଲୋକ ରାହୁଲଙ୍କ ସହ ପାଦରେ ପାଦ ମିଳାଇ ଚାଲୁଥିବାର ଦେଖିବାକୁ ମିଳିଛି । ଏହି କ୍ରମରେ ଏବେ ଜୟରାମ ରମେଶ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଜାନୁଆରୀ ୨୬ ତାରିଖରୁ କଂଗ୍ରେସ ପକ୍ଷରୁ ପୁଣି ଏକ ନୂଆ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହି ଯାତ୍ରାର ନାମ ରହିଛି ‘ହାତରେ ହାତ ଯୋଡ’ । ଏହି ଯାତ୍ରା ୩ ଟି ସ୍ତରରେ ହେବ । ଯଥା ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ଏହି ଯାତ୍ରା କରାଯିବ । ପ୍ରଥମେ ବ୍ଲକ ପରେ ଜିଲ୍ଲା ଓ ଶେଷରେ ରାଜ୍ୟ ସ୍ତରରେ ଅଧିବେଶନ କରାଯିବ ।
ଏହି ଯାତ୍ରାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଭାଗ ନେବେ ବୋଲି ଜୟରାମ ରମେଶ ସୂଚନା ଦେଇଛନ୍ତି । ଏହାସହ ଦଳ ତରଫରୁ ଛତିଶଗଡର ରାୟପୁର ଠାରେ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଦଳ ତରଫରୁ ୩ ଦିନିଆ ଯୋଜନା ଶେସନ କରାଯିବ । ଏଥିରେ ବେରୋଜଗାରୀ ଓ ଆର୍ଥକ ସମସ୍ୟା ଭଳି ପ୍ରସ୍ତାବ ଉପରେ ଆଲୋଚନା କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/Capture-11.jpg)