ସୁସ୍ଥ ହୋଇ ଫେରିବା ପରେ ଅନୁଭୂତି ବଖାଣିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ: ବୋରିସ ଜନସନ କହିଲେ, ମୋ ମୃତ୍ୟୁ ଘୋଷଣା ପାଇଁ ସଜବାଜ ହେଉଥିଲେ ଡାକ୍ତର

ସ୍ୱାସ୍ଥ୍ୟକର୍ମୀଙ୍କ ଅତୁଳନୀୟ ଚିକିତ୍ସା ସେବାରେ ଅଲୌକିକ ଭାବେ ହୋଇଛନ୍ତି ସୁସ୍ଥ

990

କନକ ବ୍ୟୁରୋ: କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ସୁସ୍ଥ ହେବା ପରେ ସାକ୍ଷାତାକାରରେ ଅନୁଭୂତି ବଖାଣିଛନ୍ତି ବୋରିସ । କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ଅତି ସଙ୍କଟଜନକ ସ୍ଥିତିରୁ ଉପଯୁକ୍ତ ଚିକିତ୍ସା ପାଇ ସୁସ୍ଥ ହୋଇଛନ୍ତି ବୋରିସ । ସୁସ୍ଥ ହେବା ପରେ ତାଙ୍କୁ ସଂକ୍ରମିତ ଅବସ୍ଥାରେ ଦେଖି ଡ଼ାକ୍ତର କ’ଣ ଭାବୁ ଥିଲେ ସେହି କଥା କହିଛନ୍ତି ବୋରିସ ଜନସନ । ସେ କହିଛନ୍ତି ଅପ୍ରେଲ ୫ ତାରିଖରେ ଅତ୍ୟନ୍ତ ଅସୁସ୍ଥ ହୋଇ ଲଣ୍ଡନ ସ୍ଥିତ ସେଂଟ ଥମାସ ହସ୍ପିଟାଲରେ ଭର୍ତି କରାଯାଇଥିଲା ।

ଏପରିକି ଭେଂଟିଲେଟର ଥାଇ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟରେ ଦ୍ରୁତ ଅବନତୀ ଦେଖା ଦେଇଥିଲା । ଡ଼ାକ୍ତରମାନେ ବାଧ୍ୟ ହୋଇ ଏକରକମ ପ୍ରଧାନମନ୍ତ୍ରୀ ମୃତ୍ୟୁ ଘୋଷଣା ପାଇଁ ସଜବାଜ ହେଉଥିଲେ ବୋଲି ‘ଦ ସନ’କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ବୋରିସ । ଗତକାଲି ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ବିଟ୍ରେନ ପ୍ରଧାନମନ୍ତ୍ରୀ । ବଂଚିବାର ସମସ୍ତ ଆଶା ଛାଡ଼ି ଦେଇଥିଲେ ଜନସନ । ହେଲେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଚିକିତ୍ସସେବାରେ ସେ ଅଲୌକିକ ଭାବେ ସୁସ୍ଥ ହୋଇ ମଇ ୧୨ ତାରିଖରେ ଘରକୁ ଫେରିଥିଲେ । ସାକ୍ଷାତକାରରେ ସେହି ସମୟର ଅନୁମୂତି କହୁଥିବା ବେଳେ ଭାବପ୍ରମଣ ହୋଇଯାଇଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ।