ଆମେରିକାର ପୂର୍ବତନ ବୈଦେଶିକ ସଚିବ ମାଇକ ପମ୍ପିୟୋଙ୍କ ଖୁଲ୍ଲାସା । ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ପରେ ଭାରତ ଉପରେ ଆଣବିକ ଆକ୍ରମଣ କରିବାକୁ ଯୋଜନା କରିଥିଲା ପାକିସ୍ତାନ

207

କନକ ବ୍ୟୁରୋ : ପାକିସ୍ତାନ ବିରୋଧରେ ବଡ ବୟାନ ଦେଲେ ଆମେରିକାର ପୂର୍ବତନ ବୈଦେଶିକ ମାଇକ ପମ୍ପିୟୋ । ୨-୨୦୧୯ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ପରେ ଭାରତ ଉପରେ ପାକିସ୍ତାନ ଆଣବିକ ଆକ୍ରମଣ ପାଇଁ ଯୋଜନା କରିଥିଲା । ପାକିସ୍ତାନର ଏହି ଷଡଯନ୍ତ୍ର ବିଷୟରେ ତାଙ୍କୁ ଭାରତର ପୂର୍ବତନ ବୈଦେଶିକମନ୍ତ୍ରୀ ଦିବଂଗତ ନେତ୍ରୀ ସୁଷାମା ସ୍ୱରାଜ ଜଣାଇଥିବା ପମ୍ପିୟୋ କହିଛନ୍ତି । ପମ୍ପିୟୋ ନିଜର ବହି ‘ନେଭର ଗିଭ ଆନ ଇଂଚ ଫାଇଟି ଫର ଦ ଆମେରିକାରେ’ ଏହି ଖୁଲ୍ଲାସା କରିଛନ୍ତି ।

ସେ ଏକଥା ମଧ୍ୟ କହିଛନ୍ତି କି ଏହି ସୂଚନା ପାଇବା ପରେ ଦିଲ୍ଲୀ ଓ ଇସଲାମାବାଦ ମଧ୍ୟରେ ବିବାଦ ଅଧିକ ହୋଇଥିଲା ଓ ଏହାକୁ ସମାଧାନ ପାଇଁ କଠିନ ଉଦ୍ୟମ କରାଯାଇଥିଲା । ପୁଲୱାମା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ର୍ରାଇକ କରିଥିଲା ଭାରତ