ଅଯୋଧ୍ୟା ମାମଲାର ଶୁଣାଣି ପରେ ସହଯୋଗୀ ବିଚାରପତିଙ୍କୁ ମଧ୍ୟାହ୍ନ ଭୋଜନରେ ନେଇଯାଇଥିଲେ ପୂର୍ବ ବିଚାରପତି ରଞ୍ଜନ ଗୋଗୋଇ, ଜାଣନ୍ତୁ କାହିଁକି ?

Advertisment
ଅଯୋଧ୍ୟା ମାମଲାର ଶୁଣାଣି ପରେ ସହଯୋଗୀ ବିଚାରପତିଙ୍କୁ ମଧ୍ୟାହ୍ନ ଭୋଜନରେ ନେଇଯାଇଥିଲେ ପୂର୍ବ ବିଚାରପତି ରଞ୍ଜନ ଗୋଗୋଇ, ଜାଣନ୍ତୁ କାହିଁକି ?

କନକ ବ୍ୟୁରୋ : ଦେଶରେ ସବୁଠାରୁ ଅଧିକ ସମୟ ଧରି ଚାଲିଥିବା ଅଯୋଧ୍ୟା ବିବାଦର ରାୟ ୨୦୧୯ ମସିହାରେ ଆସିଥିଲା । ରାୟ ଶୁଣାଥିବା ସାମ୍ବିଧାନିକ ପୀଠର ନେତୃତ୍ୱ ନେଉଥିଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରଞ୍ଜନ ଗୋଗୋଇ। ଏବେ ରଞ୍ଜନ ଗୋଗୋଇ ଅବସର ନେବା ପରେ ରାଜ୍ୟସଭାରେ ସାଂସଦ ଅଛନ୍ତି । ରାଜ୍ୟସଭାରେ ଗୋଗୋଇ ନିଜର ଅଟୋବାୟୋଗ୍ରାଫି ‘ଜଷ୍ଟିସ୍ ଫର ଦି ଜଜ୍’ ରେ କହିଛନ୍ତି କି ସେଦିନ ରାୟ ଦେଇଥିବା ପୀଠ କଣ କଣ କରିଥିଲେ । ଏହି ପୁସ୍ତକରେ ଗୋଗୋଇ କହିଛନ୍ତି କି ରାୟ ଶୁଣାଇବା ପରେ ସେ ନିଜ ସହଯୋଗୀ ମାନଙ୍କୁ ନେଇ ମଧ୍ୟାହ୍ନ ଭୋଜନ କରିବାକୁ  ହୋଟେଲ ତାଜ୍ ମାନସିଂ ଯାଇଥିଲେ ଓ ସେଠାରେ ସବୁଠାରୁ ଦାମୀ ମଦ ମଗାଇଥିଲେ ।

ନିଜ ଅଟୋବାୟୋଗ୍ରାଫିରେ ରଞ୍ଜନ ଗୋଗୋଇ୨୦୧୮ ରେ ସୁପ୍ରିମ କୋର୍ଟର ୪ ଜଣ ବିଚାରପତିଙ୍କ ସାମ୍ବାଦିକ ସମ୍ମିଳନୀ ଓ ତା ପରେ ଗୋଗୁଇଙ୍କ ଉପରେ ଆସିଥିବା ଦୁଷ୍କର୍ମ ଅଭିଯୋଗ ଓ ତାଙ୍କ ଦ୍ୱାରା ଶୁଣାଯାଇଥିବା ରାୟ କଥା ବି ଲେଖିଛନ୍ତି । ଅଯୋଧ୍ୟା ମାମଲାର ରାୟ ପରେ ଏହାକୁ ବର୍ଣ୍ଣନା କରି ସେ ଲେଖିଛନ୍ତି କି, “ରାୟ ଶୁଣାଣି ପରେ ସେକ୍ରେଟାରୀ ଜେନରାଲ ସମସ୍ତ ଜଜଙ୍କ ପାଇଁ ଏକ ଫଟୋ ସେସନ୍ କରାଇଥିଲେ, ଏହି ଫଟୋ ସେସନ୍ ସୁପ୍ରିମ କୋର୍ଟରେ ଥିବା ଅଶୋକ ଚକ୍ର ତଳେ ୧ ନମ୍ବର କୋର୍ଟ ବାହାରେ ହୋଇଥିଲା” ।

କହିରଖୁ କି ଅଯୋଧ୍ୟା ମାମଲାରେ ରାୟ ଶୁଣାଇଥିବା ପୀଠରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏସ ଅବ୍ଦୁଲ ନଜୀର ସାମିଲ ଥିଲେ । ନିଜ ଉପରେ ଲାଗିଥିବା ଦୁଷ୍କର୍ମ ଅଭିଯୋଗକୁ ନେଇ ଜଷ୍ଟିସ ଗୋଗୋଇ ଲେଖିଛନ୍ତି କି “ଯେତେବେଳେ ଏହି ମାମଲା ସାମ୍ନାକୁ ଆସିଲା ସେତେବେଳେ ମୁଁ ତୁରନ୍ତ ସୁପ୍ରିମକୋର୍ଟର ଏକ ସ୍ୱତନ୍ତ୍ର ବୈଠକ ଡାକିଥିଲି, ଏହି ବୈଠକ ୨୦୧୯ ଏପ୍ରିଲ ୨୦ ତାରିଖରେ ହୋଇଥିଲା  ” । ଏହା ପରେ ଗୋଗୋଇ ସେହି ବେଞ୍ଚର ଏକ ଅଂଶ ହୋଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ' ସେ କହିଛନ୍ତି ଯେ ମୁଁ ସେହି ବେଞ୍ଚର ଅଂଶ ହେବା ଉଚିତ୍ ନୁହେଁ କିନ୍ତୁ ଆମେ ସମସ୍ତେ ଆମ ଜୀବନରେ ଭୁଲ୍ କରୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe