ଆଠଗଡ ପରେ ଚିନ୍ତା ବଢ଼ାଇଲା କଟକ କଂଟାପଡା : ଖଣ୍ଡସାଇଲୋ ଗାଁରୁ ୧୩ ଜଣ ଚିହ୍ନଟ ପରେ କଂଟେନମେଂଟ ଜୋନ ଘୋଷଣା କଲା ପ୍ରଶାସନ , ୧୦ ଦିନ ପାଇଁ କଟକଣା ରହିବ ବଳବତର 

393
ଆଠଗଡ ପରେ ଚିନ୍ତା ବଢ଼ାଇଲା କଟକ କଂଟାପଡ଼ା ବ୍ଲକର ପାଟସୁନ୍ଦରପୁର ପଂଚାୟତ ୧୯ ନମ୍ବର ଖଣ୍ଡସାଇଲୋ ଗାଁ । ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗାଁକୁ ୧୦ ଦିନ  ପାଇଁ କନଟେଂମେଂଟ୍ ଜୋନ୍ ଘୋଷଣା କରିଛନ୍ତି ଉପ-ଜିଲ୍ଲାପାଳ । ସେହିପରି ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି । ଗୋଟିଏ ପରିବାରର ପ୍ରାୟ ୧୪ ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେଥିରୁ ୧୩ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ସେମାନଙ୍କ ମଧ୍ୟରେ ବୟସ୍କ ଓ ଛୋଟ ପିଲା ରହିଛନ୍ତି । ଏହା ଜଣାପଡିବା ପରେ କରୋନା ସ୍ଥିତି ନେଇ ପ୍ରଶାସନ ପକ୍ଷରୁ ସମୀକ୍ଷା କରାଯାଇଥିଲା । ତାପରେ ସରକାରଙ୍କ ଗାଇଡଲାଇନ ଅନୁସାରେ ସେହି ଗାଁକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ଏହା ପୂର୍ବରୁ ଆଠଗଡ ବ୍ଲକ ଯୋରନ୍ଦା ପଂଚାୟତର ପାଇକେରାପୁର ଗ୍ରାମରୁ ୯ଜଣ କରୋନା ଚିହ୍ନଟ ହେବା ପରେ ସେହି ଅଂଚଳକୁ ୨୪ ତାରିଖରୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି ।