କନକ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଜାପାନ ଗସ୍ତରେ ରହିଛନ୍ତି । ରବିବାର ସେ ଜାପାନ ଓାସାକାରୁ ରାଜଧାନୀ ଟୋକିଓ ଯାଏ ୫ ଶହ କିମିର ଯାତ୍ରା କରିଛନ୍ତି । ଯାତ୍ରାର ଶୁଭାରମ୍ଭ ପୂର୍ବରୁ ଷ୍ଟାଲିନ ଏକ ଟ୍ୱିଟ କରି କିଛି ଫଟୋ ସେୟାର କରିଛନ୍ତି । ଏହା ସହ ବୁଲେଟ ଟ୍ରେନକୁ ନେଇ ଭାରତକୁ କିଛି ଉପଦେଶ ଦେଇଛନ୍ତି ।

Advertisment

ଯାତ୍ରା ଆରମ୍ଭ ବେଳେ ଷ୍ଟାଲିନ ଟ୍ୱିଟ କରି ଲେଖିଛନ୍ତି, ଓସାକାରୁ ଟୋକିଓ ଯାଏ । ବୁଲେଟ ଟ୍ରେନର ଯାତ୍ରା, ଅଢେଇ ଘଣ୍ଟାରୁ କମ ସମୟ ମଧ୍ୟରେ ୫ ଶହ କିଲୋମିଟର ରାସ୍ତା ଅତିକ୍ରିମ କରିହେଉଛି । ସେ ଏହା ମଧ୍ୟ କହିଛନ୍ତି, ଭାରତରେ ଏହିଭଳି ଟ୍ରେନ ଚାଲିବା ଦରକାର । ଏହା ଦ୍ୱାରା ଦେଶର ଗରିବ ଏବଂ ମଧ୍ୟମ ବର୍ଗର ଲୋକଙ୍କୁ ଅନେକ ଫାଇଦା ମିଳିପାରିବ । ସେମାନଙ୍କ ଯାତ୍ରା ମଧ୍ୟ ସୁଗମ ରହିବ । ସେ ଟ୍ୱିଟର ଶେଷରେ ଫ୍ୟୁଚର ଇଣ୍ଡିଆର ହାସଟ୍ୟାଗର ବ୍ୟବହାର ମଧ୍ୟ କରିଛନ୍ତି ।