ଅପରାଜିତାଙ୍କ ପରେ ଏବେ ବୈଜୟନ୍ତଙ୍କୁ ନେଇ ଚର୍ଚ୍ଚା ! ‘ହେଇଯାଉ’ରେ ସୀମିତ ରହିବ କି ବୈଜୟନ୍ତଙ୍କ ଭାଗ୍ୟ ?

ଆଉ ଏକ ଚର୍ଚ୍ଚା ଖଟିରେ ହେଉଛି ଯେ, ଅପରାଜିତା ଗେରୁଆ ହୋଇଗଲେ କିନ୍ତୁ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ବାବୁ କେବେ ଗେରୁଆ ହେବେ ?

1,115

କନକ ବ୍ୟୁରୋ: ନିକଟରେ ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡ଼ଙ୍ଗୀ ବିଜେପିରେ ସାମିଲ ହେବାପରେ ରାଜ୍ୟ ରାନଜୀତି ଉଷ୍ମ ହୋଇପଡ଼ିଛି । ଏହାରି ମଧ୍ୟରେ ଆଉ ଏକ ଚର୍ଚ୍ଚା ଖଟିରେ ହେଉଛି ଯେ, ଅପରାଜିତା ଗେରୁଆ ହୋଇଗଲେ କିନ୍ତୁ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ବାବୁ କେବେ ଗେରୁଆ ହେବେ? ଯାହାକୁ ନେଇ ଦୀର୍ଘଦିନ ହେବ ସସପେନ୍ସ ଜାରି ରହିଛି । କାରଣ ନିକଟରେ ବିଜେଡ଼ିରୁ ବହିଷ୍ମୃତ ବରିଷ୍ଠ ଦାମ ରାଉତ ବିଜୁଙ୍କ ନାଁରେ ଏକ ଆଞ୍ଚଳିକ ଦଳ ଗଢ଼ିଛନ୍ତି । କିନ୍ତୁ ନିଜକୁ ବିଜୁଙ୍କ ଅନୁଗତ କହୁଥିବା ବୈଜୟନ୍ତ ସେ ଦଳରେ ଏଯାବତ୍ ଯୋଗ ଦେଇନାହାନ୍ତି । ତେଣୁ ଏହା ବୈଜୟନ୍ତଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି । 

ପୂର୍ବରୁ ଅନେକଥର ନୂଆ ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଚର୍ଚ୍ଚାରେ ରହିଛନ୍ତି ବୈଜୟନ୍ତ । କିନ୍ତୁ ଏହାରି ମଧ୍ୟରେ ବିଜେପିରେ ଅପରାଜିତା ସଡ଼ଙ୍ଗୀ ସାମିଲ ହେବାପରେ ବୈଜୟନ୍ତ ମିଶିବା ଉପରେ ସମସ୍ତଙ୍କ ନଜର ରହିଛି । ହେଲେ କେବେ ଏବଂ କେଉଁଠି ପଦ୍ମ ଫୁଲ ଧରିବେ ନା ଅନ୍ୟ କିଛି ବିକଳ୍ପ ବାଛି ରଖିଛନ୍ତି ବୈଜୟନ୍ତ ତାହା ଏବେ ଅସ୍ପଷ୍ଟ ରହିଛି । ତେବେ ଶାସକ ବିଜେଡ଼ି ପାଇଁ କେଉଁ ନେତା ପ୍ରମୂଖ ଅସ୍ତ୍ର ପାଲଟିବ ଠିକଣା ସମୟରେ ଏହାର ଯବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ ବୋଲି ଶୁଣିବାକୁ ମିଳୁଛି ।  

ସବୁଠାରୁ ଗୁରୁପୂର୍ଣ୍ଣ କଥା ଯେ, ଆଗକୁ ୨୦୧୯ ନିର୍ବାଚନ ପାଖେଇ ଆସୁଥିବାବେଳେ ବିରୋଧୀ ଦଳମାନେ ବଛାବଛା ନେତାଙ୍କୁ ନିଜ ଦଳରେ ସାମିଲ କରି ଶାସକ ବିଜେଡ଼ିକୁ ଟକ୍କର ଦେବାପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ହେଲେ କିଏ ଏବଂ କେବେ କେଉଁ ଦଳକୁ ଯିବ ତାହା ଉପରେ ସସପେନ୍ସ ରହିଛି ।