କନକ ବ୍ୟୁରୋ : ମୁମ୍ବାଇ ପଶ୍ଚିମ ମଲାଡ ଅଞ୍ଚଳରେ ଗତକାଲି ରାତିରେ ବର୍ଷା କାରଣରୁ ବଡ ଦୁର୍ଘଟଣା ଦେଖିବାକୁ ମିଳିଛି । ଏଥିରେ ୧୧ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୮ ଜଣ ଲୋକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତ ୧୧ ଜଣଙ୍କ ମଧ୍ୟରୁ ୮ ଜଣ ଛୋଟ ପିଲା ରହିଛନ୍ତି ।
କହିରଖୁ କି ଗତକାଲି ରାତିରେ ପ୍ରବଳ ବର୍ଷା କାରଣରୁ ମୁମ୍ବାଇ ପଶ୍ଚିମ ମଲାଡ ଅଞ୍ଚଳରେ ଥିବା କଲେକ୍ଟର କମ୍ପାଉଣ୍ଡରେ ଏକ ୪ ମହଲା ବିଶିଷ୍ଟ କୋଠା ଭୂଷୁଡି ପଡିଥିଲା । ଖବର ପାଇ ଉଦ୍ଧାରକାରୀ ଦଳ ସେଠାରେ ପହଂଚି ୧୮ ଜଣ ଲୋକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ୧୧ ଜଣ ଲୋକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସବୁଠାରୁ ଦୁଃଖର କଥା ମୃତ୍ୟୁ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ୮ ଜଣ ଛୋଟ ପିଲା ରହିଛନ୍ତି । ଏହାସହ ଭୁଷୁଡି ପଡିଥିବା କୋଠା ନିକଟରେ ଥିବା ୨ ଟି ଭଙ୍ଗା କୋଠାକୁ ବି ରେସ୍କ୍ୟୁ ଟିମ୍ ଭାଙ୍ଗି ଦେଇଛନ୍ତି । ଏହି ଘଟଣା ଗତକାଲି ରାତି ୧୧ ଟାରେ ହୋଇଥିବା ଜଣାପଡିଛି ।
It's an unfortunate incident. It was a G+2 building that fell on another building. 18 people have been rescued, of whom 11 died. Police will carry out a proper investigation and take further action: Dilip Sawant, Additional CP, on building collapse incident in Malad West, Mumbai pic.twitter.com/zjnm5YuKvK
— ANI (@ANI) June 10, 2021
ଉଦ୍ଧାର ଓ ସହାୟତା କାର୍ଯ୍ୟ ଏବେ ବି ଜାରି ରହିଛି । ଗୁରୁତର ମାନଙ୍କୁ କାନ୍ଦୀବାଲି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେଠିକାର ଡାକ୍ତର ସୂଚନା ମୁତାବକ ୧୮ ଜଣ ଗୁରୁତର ହୋଇଛନ୍ତି ଓ ୧୧ ଜଣ ମୃତ୍ୟୁ ବରଣ କରିଛନ୍ତି ।
ଏହାକୁ ନେଇ ଏବେ ରାଜନୀତି ଯୋର ଧରିଛି । ବିଜେପି ନେତା ରାମ କଦମ୍ କହିଛନ୍ତି କି ଏଭଳି ଦୁଃଖଦ ଘଟଣା ପାଇଁ ଶିବସେନା ଶାସିତ ବିଏମସି ଦୋଷୀ । ବିଏମସିର ଖାମଖିଆଲି ନୀତି ଯୋଗୁଁ ୧୧ ଜଣଙ୍କ ଜୀବନ ଯାଇଛି । ଏହା ଦୁର୍ଘଟଣା ନୁହେଁ ବରଂ ବ୍ୟବସ୍ଥା ଗତ ଭାବେ ହତ୍ୟା ବୋଲି କହିଛନ୍ତି ରାମ୍ କଦମ୍ ।