ସୀମା ଡେଇଁଲା ଛତିଶଗଡ଼ : ରାସ୍ତା ନିର୍ମାଣ ଆଳରେ ୫୦୦ ମିଟର ଓଡ଼ିଶା ସୀମା ଭିତରକୁ ପଶି ଆସିଲା ପଡୋଶୀ, ପୋତିଲା ମାଇଲ ଖୁଂଟ

112

କନକ ବ୍ୟୁରୋ : ଓଡ଼ିଶା ଭିତରକୁ ପଶି ଆସିଛି ଛତିଶଗଡ଼ । ଆନ୍ଧ୍ର ପରେ ଏବେ ଛତିଶଗଡ଼ ରାଜ୍ୟର ଜବରଦଖଲର ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ । ସଦର ବ୍ଲକ ଅନ୍ତର୍ଗତ ଆକରପାଲି ଗାଁ ପାଖରେ ରହିଛି ଛତିଶଗଡ଼ ସୁକୁମା ଜିଲ୍ଲା ଦରଭା ଗାଁ । ଉଭୟ ଗାଁ ମଧ୍ୟରେ ଦୂରତା ପ୍ରାୟ ୮୦୦ ମିଟର ।

ଛତିଶଗଡ଼ ସରକାର ରାସ୍ତା ନିର୍ମାଣ ଆଳରେ ପ୍ରାୟ ୫୦୦ ମିଟର ଓଡ଼ିଶା ସୀମା ଭିତରକୁ ପଶି ଆସିଛି । ଆଉ ଗୋଟିଏ ମାଇଲଖୁଂଟ ଆଣି ସେଠାରେ ପୋତି ଦେଇଛି । ଓଡ଼ିଶା ପଟେ ଭଲ ରାସ୍ତା ନଥିବାରୁ ବର୍ଷ ବର୍ଷ ହେଲା ଏହି ସବୁ ସୀମାବର୍ତ୍ତୀ ଗାଁ ଉପରେ ଦୃଷ୍ଟି ଦେଉନଥିଲା ଜିଲ୍ଲା ପ୍ରଶାସନ । ସୀମା ଭିତରକୁ ଛତିଶଗଡ଼ ପଶି ଆସିଥିବା କଥା ସ୍ଥାନୀୟ ସରପଂଚ ପ୍ରଶାସନକୁ ଜଣାଇଥିଲେ । ପରେ ଘଟଣାସ୍ଥଳରେ ମାଲକାନଗିରି ତହସିଲଦାର, ବିଡିଓ ଓ ରାଜସ୍ୱ ବିଭାଗର ଟିମ ଯାଇ ତନାଘନା କରିଥିବା ସୂଚନା ରହିଛି ।

Comments are closed.