ଦେବଗୌଡାଙ୍କ ଉପରେ ପୁଣି ବଂଶବାଦ ରାଜନୀତିର ଅପବାଦ : ବଂଶବାଦ ରାଜନୀତିର ଅଭିଯୋଗକୁ ନେଇ କାନ୍ଦି ପକାଇଲେ ଏଚଡି ଦେବଗୌଡ଼ା, ବିଜେପି କହିଲା ଡ୍ରାମା

ଦେବଗୌଡାଙ୍କ ଉପରେ ପୁଣି ବଂଶବାଦ ରାଜନୀତିର ଅପବାଦ : ବଂଶବାଦ ରାଜନୀତିର ଅଭିଯୋଗକୁ ନେଇ କାନ୍ଦି ପକାଇଲେ ଏଚଡି ଦେବଗୌଡ଼ା, ବିଜେପି କହିଲା ଡ୍ରାମା

source : Oneindia

ବଂଶବାଦ ରାଜନୀତି ହେଉଥିବାର ଅଭିଯୋଗକୁ ନେଇ ଖୁବ୍ ପ୍ରତିକ୍ରିୟାଶୀଳ ହୋଇଥିଲେ ଜେଡିଏସ୍ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡ଼ା। ସେ ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗଦେଇ କାନ୍ଦି ପକାଇଥିଲେ। ଏହି ସଭାରେ କେବଳ ଦେବେଗୌଡ଼ା ନୁହଁନ୍ତି, ବରଂ ତାଙ୍କ ବଡ଼ ପୁଅ ଏଚ ଡି ରେବନ୍ନା ଓ ନାତି ପ୍ରଜ୍ୱଳା ରେବନ୍ନା ବି କାନ୍ଦି ପକାଇଥିଲେ। ଏଥର ଲୋକସଭା ନିର୍ବାଚନରେ ଜେଡିଏସ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡ଼ା ଦୁଇ ନାତି ନିଖିଳ କୁମାରସ୍ୱାମୀ ଓ ପ୍ରଜ୍ୱଳଙ୍କୁ କ୍ରମଶଃ ମାଣ୍ଡ୍ୟା ଓ ହାସନ୍ ଆସନରୁ ଲୋକସଭା ପାଇଁ ଟିକେଟ୍ ଦେଇଛନ୍ତି।

publive-image

ଏଥିନେଇ ଦେବେଗୌଡାଙ୍କ ପରିବାର ଉପରେ ପୁଣି ବଂଶବାଦ ରାଜନୀତିର ଅପବାଦ ଆସିଛି। ପ୍ରଜ୍ୱଳ ହେଉଛନ୍ତି ଦେବେଗୌଡ଼ଙ୍କ ବଡ଼ ପୁଅ ଓ ରାଜ୍ୟ ସରକାରରେ ଲୋକ ନିର୍ମାଣ ମନ୍ତ୍ରୀ ଏଚ ଡି ରେବନ୍ନାଙ୍କ ପୁଅ। ସେ ହାସନ୍ ସିଟରୁ କଂଗ୍ରେସ-ଜେଡିଏସ୍ ମେଣ୍ଟର ପ୍ରାର୍ଥୀ। ଜେଡିଏସ ସୁପ୍ରିମୋ ଏଚ ଡି ଦେବଗୌଡ଼ ହାସନରେ ପ୍ରଜ୍ଜ୍ୱଳଙ୍କ ପାଇଁ ପ୍ରଚାର ଅଭିଯାନର ଶୁଭାରମ୍ଭ କରିବା ଅବସରରେ ଭାବ ବିହ୍ୱଳ ହୋଇ କହିଥିଲେ ‘ଏତେ ସବୁ ଅଭିଯୋଗ, ସବୁ ମିଡିଆରେ ହିଁ ଦେବଗୌଡ଼ା, ରେବନ୍ନା, କୁମାରସ୍ୱାମୀ ଓ ତାଙ୍କ ପୁଅମାନଙ୍କ ସଂପର୍କରେ ଚର୍ଚ୍ଚା’। ଏହା କହି ଦେବଗୌଡା କାନ୍ଦି ପକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe