କନକ ବ୍ୟୁରୋ: ଯୁଦ୍ଧ ମଧ୍ୟରେ କିଛି ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ବିଚଳିତ କରିଦେବ । ପାର୍ଟି ଭିତରେ ଅଚାନକ ପଶି ଆଖିବୁଜା ହତ୍ୟା କରିଚାଲିଛନ୍ତ ହମାସ ଆତଙ୍କବାଦୀ । ପାରାଟୁଟରେ ଆସି ଏଭଳି ଅତର୍କିତ ଆକ୍ରମଣରୁ ନିଜକୁ ବଂଚାଇପାରିନାହାନ୍ତି ପାର୍ଟିରେ ସାମିଲ ହୋଇଥିବେ ଲୋକେ । ଯିଏ ଯୁଆଡେ ଧାଇଁବା ଆରମ୍ଭ କରିିଥିଲେ ବି ହମାସ ଆତଙ୍କବାଦୀଙ୍କ କବଳରୁ ବଂଚିବା ଏତେ ସହଜ ନଥିଲା ।

Advertisment

ବିଭତ୍ସ ଓ ବର୍ବରତାର ନରସଂହାର ଘଟିବା ପର୍ବରୁ ସବୁ କିଛି ସ୍ୱାଭାବିକ୍ ଥିଲା । ସାଙ୍ଗ-ସାଥୀଙ୍କ ମେଳରେ ଉତ୍ସାହର ସହ ମ୍ୟୁଜିକ୍ ଫେଷ୍ଟିଭାଲ୍ରେ ଝୁମୁଥିଲେ ଶାନୀ । ହେଲେ ବେଶି ସମୟ ତିଷ୍ଟି ନଥିଲା, ଏହି ଖୁସି । ଆକାଶରୁ ଓହ୍ଲାଇଥିଲେ ମୃତ୍ୟୁର ସୌଦାଗର । କେହି କଳ୍ପନା ବି କରିନଥିଲେ ଏମିତି କିଛି ଘଟିଯିବ । ଫେଷ୍ଟିଭାଲ୍ ସ୍ଥଳରେ ଓହ୍ଲାଇଥିଲେ ହମାସ୍ ଆତଙ୍କବାଦୀ । ଏହା ପରେ ଆରମ୍ଭ ହୋଇଯାଇଥିଲା ଅତ୍ୟାଚାର । ଦାନବଙ୍କ ଦାଉରୁ ଯିଏ ବଂଚିବା ପାଇଁ ଯେଉଁମାନେ ଘଟଣାସ୍ଥଳରୁ ଦୌଡ଼ି ଚାଲିଯିବାକୁ ଉଦ୍ୟମ କରିଥିଲେ, ଗୋଡ଼େଇ ଗୋଡ଼େଇ ହତ୍ୟା କରିବା ଆରମ୍ଭ କରିଦେଇଥିଲେ ଆତଙ୍କୀ । କିଛି ଲୋକ, ଜୀବନ ବଂଚାଇବାକୁ ଉଦ୍ୟମ କରିଥିଲେ ସତ କିନ୍ତୁ ହମାସ୍ ଆତଙ୍କୀଙ୍କ କବଳରୁ ବଂଚିବା ଏତେ ସହଜ ନଥିଲା ।

ହାମାସ୍ ଆତଙ୍କବାଦୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ ଶାନୀ । ଶାନୀଙ୍କୁ ସୈତାନମାନେ ଘଟଣାସ୍ଥଳରେ ହିଁ ଦେଇଥିଲେ ଅକଥନୀୟ ଅତ୍ୟାଚାର । ଶାନୀଙ୍କ ଦେହରୁ କପଡ଼ା ଖୋଲି ଦେବା ସହ ଜଣକ ପରେ ଜଣେ ବର୍ବରତା କରିଥିଲେ । ଏତିକିରେ ମନ ବୁଝିନଥିଲା ଯେ, ତାଙ୍କୁ ଅପହରଣ କରି ନେଇଥିଲେ । କୁହାଯାଉଛି, ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ହମାସ୍ ଆତଙ୍କବାଦୀ । ହେଲେ ତା’ ପୂର୍ବରୁ ଶାନୀଙ୍କ ଉଲଗ୍ନ କରି ତାଙ୍କ ଉପରେ ଛେପ ପକାଇଥିଲେ । ଲାତ୍, ବିଧା, ଗୋଇଠା ମାରିବା ସହ ତାଙ୍କ ଉପରେ ବସି ବିର୍ବରତା ଉତ୍ସବ ମନାଇଥିଲେ ।

ଶାନୀଙ୍କ ସମ୍ପର୍କରେ ପରିବାର ଲୋକଙ୍କ ପାଖରେ କୌଣସି ଖବର ନଥିବା ବେଳେ ଭିଡିଓ ଦେଖି ତାଙ୍କୁ ଚିହ୍ନିଛନ୍ତି । ଦ୍ୱୈତ ନାଗରିକତା ଥିବା ଶାନୀ ଜର୍ମାନୀର ଜଣେ ଟାଟୋ ଆର୍ଟିଷ୍ଟ ହୋଇଥିବା ଜଣାପଡ଼ିଛି । ଶାନୀଙ୍କ ଟାଟୋ ଦେଖି ତାଙ୍କୁ ଚିହ୍ନିଥିଲେ ପରିବାର ଲୋକ ।

ଇସ୍ରାଏଲ୍ ଏବଂ ଗାଜାର ସୀମାର ଥିବା ଏକ ମରୁଅଂଚଳ । ଯେଉଁଠି ହେଉଥିଲା ଏହି ମ୍ୟୁଜିକ୍ ଫେଷ୍ଟିଭାଲ । ଯେଉଁଠି ଅତର୍କିତ ଆକ୍ରମଣ କରି ନରସଂହାର ଘଟାଇଛନ୍ତି ହମାସ୍ ମିଲିଟାଂଡ । କେଉଁ ଭଳି ସେଠି ବର୍ବରତା ହୋଇଥିଲା ଥରେ ଚିନ୍ତା କରନ୍ତୁ, ଫେଷ୍ଟାଭାଲ୍ ସ୍ଥଳରେ ୨୬୦ ଜଣଙ୍କ ମୃତ୍ୟୁ ହୋଇଥିବା ଆନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟରେ ପ୍ରକାଶ ପାଇଛି । ସୂଚନା ଅନୁସାରେ ଏହି ଫେଷ୍ଟାଭାଲ୍ରେ ପ୍ରାୟ ସାଢେ ୩ ହଜାର ଲୋକ ସାମିଲ୍ ହୋଇଥିଲେ । ଉତ୍ସବ ପାଳନ ପାଇଁ ଯେଉଁଠି ଲୋକରଣ୍ୟ ଥିଲା । ହାମାସର ଆକ୍ରମଣ ପରେ ସେହି ସ୍ଥାନ ମୃତ୍ୟୁର ଉପତ୍ୟକା ପାଲଟି ଯାଇଥିଲା ।