କନକ ବ୍ୟୁରୋ: ଦୀର୍ଘ ସମୟ ଧରି ଲୁଚକାଳି ଖେଳ ଖେଳିବା ପରେ କାବୁ ହେଲା ହାତୀ । ପୁରୀ ସଦର ଅଂଚଳରେ ସୋମବାର ରାତିରୁ ଆତଙ୍କ ଖେଳାଇ ଦେଇଥିବା ଦନ୍ତା ଧରା ପଡିଛି । ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତାକୁ ସକାଳେ ଠାବ କରିବା ପରେ ଟ୍ରାଂକୁଲାଇଜ ଉଦ୍ୟମ ଆରମ୍ଭ ହୋଇଥିଲା । ସେପଟେ ହାତୀକୁ ଦେଖିବା ପାଇଁ ଅଭୟାରଣ୍ୟ ଗେଟ ଆଗରେ ବଢୁଥିଲା ଲୋକଙ୍କ ଭିଡ । ସେକ୍ଟର ୯ରେ ଦନ୍ତା ଥିବା ବେଳେ ଟ୍ରାଙ୍କୁଲାଇଜ କରିଥିଲେ ବନ କର୍ମଚାରୀ । ଅଚେତ ଅବସ୍ଥାରୁ ସ୍ୱାଭାବିକ ହେବା ପରେ ହାତୀ ଗୋଡରେ ଶିକୁଳି ପକାଇ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ହାତୀ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଚନ୍ଦକାରେ ଛଡାଯିବ ବୋଲି ସୂଚନା ମିଳିଛି ।
ବିଳମ୍ବିତ ରାତିରେ ପୁରୀ ସଦର ଅଂଚଳ ପୁରୁଷୋତମପୁର ପଂତାୟତ କୃଷ୍ଣାଜନପୁର ଗାଁର ଗଳି କନ୍ଦି ବୁଲୁଛି ଜଙ୍ଗଲୀ ହାତୀ । ସିସିଟିଭି କ୍ୟାମେରାରେ କଏଦ ଏହି ଦୃଶ୍ୟ ଭାଇରାଲ ହୋଇ ଲୋକମୁଖରେ ପ୍ରଚାରିତ ହେବା ପରେ ଆତଙ୍କ ଖେଳି ଯାଇଥିଲା । ଲୋକେ ଘରୁ ବାହାରିବାକୁ ଡରିଲେ । ଖବର ପାଇ ହାତୀକୁ ଜନବସତିରୁ ଜଙ୍ଗଲମୁହାଁ କରିବାକୁ ଅପରେସନ ଗଜରାଜରେ ଲାଗିଥିଲେ ୫ଟି ରେଂଜ’ର ବନ ଅଧିକାରୀ । ଦୁଇ ଦିନ ହେଲା ଡେଲାଙ୍ଗରେ ଡେରା ପକାଇଥିବା ଏହି ଦନ୍ତା ପୁରୀକୁ ଚାଲି ଆସିଥିଲା ।
ରାତିରେ ପୁରୀ ଅଠରନଳା ପାଖ ଖଣ୍ଡିଆବନ୍ଧରେ ହାତୀ ଠାବ ହୋଇଥିଲା
ରାତିସାରା ଖଣ୍ଡିଆବନ୍ଧରେ ହାତୀକୁ ଜଗିଥିଲେ ବନକର୍ମଚାରୀ
ହାତୀର ଗତିବିଧି ଉପରେ ନଜର ରଖିଥିଲେ ସ୍ୱତନ୍ତ୍ର ଟିମ୍
ସକାଳୁ ବାଲିଗୁଆଳି ଦେଇ ବାଲୁଖଣ୍ଡ ଅଭୟାରଣରେ ପଶିଥିଲା ଦନ୍ତା
ପୂର୍ବରୁ ମଧ୍ୟ ଏହି ଦନ୍ତା ଡେଲାଙ୍ଗ ପିପିଲି ଅଂଚଳରେ ଆତଙ୍କ ସୃଷ୍ଟି କରିଥିଲା । ପରେ ଧଉଳି, ଓ ପୁରୁଣା ଭୁବନେଶ୍ୱର ଲିଙ୍ଗରାଜ ଦେଇ ପାତ୍ରପଡାରେ ପହଂଚିଥିଲା । ଯେଉଁଠି ବନବିଭାଗ ତାକୁ ନିଶ୍ଚେତକ ଦେଇ କାବୁ କରି ଚନ୍ଦକାରେ ନେଇ ଛାଡିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/Collage-Maker-10-Jan-2023-08.45-PM.jpg)