କନକ ବ୍ୟୁରୋ : ପିପିଲି ଟୋଲ ଗେଟ୍ ନିକଟରେ ଦୁର୍ବୃତ୍ତଙ୍କ ଫାଙ୍କା ଗୁଳି ଚାଳନା ପାଇଁ ନାକେଦମ୍ ହୋଇଛି ପୋଲିସ । କାର ସହ ୩ଜଣ ଡକାୟତଙ୍କୁ ଅଟକ ରଖିଛି ପୋଲିସ । ନିମାପଡ଼ାର ଏକ ବିଲରୁ ୩ ଜଣଙ୍କୁ କାବୁ କରିଛି ପୋଲିସ ।
ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ କାରରେ ଆସୁଥିବା ୫ଜଣ ଦୁର୍ବୃତ୍ତ ଟୋଲଗେଟ୍ କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିଥିଲେ । ଏହା ପରେ ଯୁବକ ମାନେ ଫାଙ୍କା ଗୁଳିଚାଳନା କରିଥିଲେ । ଖବର ପାଇ ପିପିଲି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହା ପରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁରୀ ପୋଲିସ ୯ଟି ସ୍କାର୍ଡ ଗଠନ କରିଥିଲା । କାରକୁ ପିଛା କରି ନିମାପଡ଼ା ଥାନା ଡଗରା ସାହି ନିକଟରୁ ୩ଜଣଙ୍କୁ ଦୁର୍ବୃତ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ । ଅନ୍ୟ ୨ଜଣ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/vlcsnap-2023-10-19-09h02m57s455.jpg)