ନଅଦିନର ଯାତ୍ରା ପରେ ବାହୁଡ଼ିଲେ ତିନି ଠାକୁର। ନିର୍ଦ୍ଧାରିତ ସମୟ ପୂର୍ବରୁସରିଲା ନୀତିକାନ୍ତି

ନଅଦିନର ଯାତ୍ରା ପରେ ବାହୁଡ଼ିଲେ ତିନି ଠାକୁର। ନିର୍ଦ୍ଧାରିତ ସମୟ ପୂର୍ବରୁସରିଲା ନୀତିକାନ୍ତି

କନକ ବ୍ୟୁରୋ: ନବଦିନାତ୍ମକ ଯାତ୍ରା ସରିବା ପରେ ବାହୁଡିଛନ୍ତି ତିନିଠାକୁର । ବଡ ଦେଉଳ ଆଗରେ ଠିଆହୋଇଛି ତିନି ରଥ । ଆଜି ବାହୁଡାଯାତ୍ରା ପାଇଁ ସଅଳ ନୀତି ହୋଇଥିଲା । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରଥମେ ପହଞ୍ଚିଥିଲା ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ଏହାପରେ ପହଞ୍ଚିଥିଲା ଦେବୀ ସୁଭଦ୍ରଙ୍କ ଦର୍ପଦଳନ ରଥ । ଶେଷରେ ଆସିଥିଲେ ଜଗତରନାଥ ଜଗନ୍ନାଥ । ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଆସିବା ବେଳେ ବାଟରେ ଅଟକିଥାନ୍ତି ରଥାରୁଢ ଠାକୁର । ମାଉସୀ ମାଆ ମନ୍ଦିର ପାଖରେ ଅଟକି ପୋଡ ପିଠା ଖାଇବା ପରେ ଶ୍ରୀ ନଅର ପାଖରେ ଅଟକନ୍ତି ଜଗନ୍ନାଥ । କାରଣ ଏଠାରେ ହୁଏ ଲକ୍ଷ୍ମୀ-ନାରାୟଣ ଭେଟ । ଗଜପତି ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ଲକ୍ଷ୍ମୀ- ନାରାୟଣଙ୍କ ଭେଟ ହୋଇଛି ।

ମାନବୀୟ ଲିଳା କରୁଥିବା କାଳିଆ ଠାକୁରଙ୍କ ଲିଳାଖେଳା ସଂପୂର୍ଣ୍ଣ ଭିନ୍ନ । ତେଣୁ ଦ୍ୱାଦଶ ଯାତ୍ରା ଭିତରେ ରଥଯାତ୍ରା ହେଉଛି ଶ୍ରେଷ୍ଠ ଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀକୁ ଆସିବା ଯାତ୍ରାକୁ ଗୁଣ୍ଡିଚା ଯାତ୍ରା କୁହାଯାଉଥିବା ବେଳେ ବାହୁଡା ଯାତ୍ରାକୁ ଦକ୍ଷିଣାଭିମୁଖୀ ଯାତ୍ରା ବୋଲି କୁହାଯାଏ । ଏବେ ବଡଦେଉଳ ଆଗରେ ତିନିରଥ ପହଞ୍ଚିିବା ପରେ କାଲି ବଡ ଏକଦାଶୀରେ ତିନିଠାକୁରଙ୍କ ହେବ ସୁନାବେଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe