ଦୀର୍ଘ ୧୧ ମାସର ଉଦ୍ଧାର ପରେ ଗଜପତିକୁ ଫେରିଲା ନିଖୋଜ ଶିଶୁ । ଶିଶୁକୁ ହସ୍ତାନ୍ତର କଲା ପଶ୍ଚିମବଙ୍ଗର ମେଦିନପୁର ଶିଶୁ ସୁରକ୍ଷା କମିଟି

140

କନକ ବ୍ୟୁରୋ : ଓଡିଶା କୋଳକୁ ଫେରିଲା ନିଖୋଜ ଶିଶୁ । ଆଉ ଉଦ୍ଧାର ହେବାର ଦୀର୍ଘ ୧୧ ମାସ ପରେ ଶିଶୁକୁ ହସ୍ତାନ୍ତର କରିଛି ପଶ୍ଚିମବଙ୍ଗର ମେଦିନପୁର ଶିଶୁ ସୁରକ୍ଷା ସମିତି । ଏକ ସ୍ୱତନ୍ତ୍ର ଟିମ୍ ଗଜପତି ଆସି ଜିଲ୍ଲା ପ୍ରଶାସନକୁ ଶିଶୁଟିକୁ ହସ୍ତାନ୍ତର କରିଛି । ଗତ ମାର୍ଚ ମାସରେ ଖଡଗପୁର ରେଳ ଷ୍ଟେସନରୁ ଶିଶୁଟିକୁ ଉଦ୍ଧାର କରିଛି ରେଳବାଇ ଚାଇଲ୍ଡ ଲାଇନ୍ ।

ତେବେ ସେତେବେଳେ ତାଲାବନ୍ଦ ଯୋଗୁଁ ଶିଶୁର ଠିକଣା ପାଇବାରେ କଷ୍ଟକର ହୋଇପଡିଥିଲା । ତେବେ ବିଳମ୍ବରେ ଶିଶୁଟିର ପରିଚୟ ମିଳିଥିଲା । ଶିଶୁଟି ପାରଳାଖେମୁଣ୍ଡିର ବୋଲି ଜଣାପଡିଥିଲା । ପରେ ଗଜପତି ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲା ମେଦିନପୁର ଶିଶୁ ସୁରକ୍ଷା ସମିତି । ଏବେ ଶିଶୁଟି ପଶ୍ଚିମବଙ୍ଗରୁ ଆସି ଓଡିଶାରେ ପହଂଚିଥିବା ବେଳେ ପରିବାର ଲୋକଙ୍କୁ ହସ୍ତାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।