ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ: ୯ବର୍ଷ ପରେ ପୁଣି ଦେଶ ପାଇଁ ସୁନା ଆଣିଲା ପୁରୁଷ ହକି ଟିମ

163

କନକ ବ୍ୟୁରୋ: ଇତିହାସ ରଚିଲା ଭାରତ ପୁରୁଷ ହକି ଦଳ । ଦେଶ ପାଇଁ ଆଣିଲେ ସୁନା । ଏସିଆନ ଗେମ୍ସରେ ଜାପାନକୁ ୫-୧ ଗୋଲରେ ହରାଇ ଗୋଲ୍ଡ ମେଡାଲ ହାତେଇଲା ପୁରୁଷ ହକି ଟିମ୍ । ଏଥିସହ ପ୍ୟାରିସ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛି ଦଳ । ଶୁକ୍ରବାର ମ୍ୟାଚରେ ଚମକିଛନ୍ତି ଓଡିଆ ପୁଅ ଅମିତ୍ ରୋହିଦାସ । ଫାଇନାଲ ମ୍ୟାଚର ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ପକ୍ଷରୁ କୌଣସି ଗୋଲ ହୋଇ ପାରିନଥିଲା । ଦ୍ୱିତୀୟ କ୍ୱାର୍ଟରରେ ମନଦୀପ ସିଂ ୧-୦ରେ ଲିଡ ଦେବା ସହ ଧାରା ବଜାୟ ରଖିଥିଲେ । ତୃତୀୟ କ୍ୱାର୍ଟରରେ ଭାରତର ଅଧିନାୟକ ମନଦୀପ ସିଂ ଦ୍ୱିତୀୟ ଗୋଲ୍ ଦେଇଥିଲେ । ତୃତୀୟ କ୍ୱାର୍ଟରରେ ଅମିତ ରୋହିଦାସ ୩ନଂ ଗୋଲ ଦେଇଥିବା ବେଳେ ଚତୁର୍ଥ କ୍ୱାର୍ଟରେ ଭାରତ ଦୁଇଟି ଗୋଲ ହାସଲ କରିଥିଲା । ୯ବର୍ଷ ପରେ ଏହି ବଡ ସଫଳତାର ସ୍ୱାଦ ଚାଖିଛି ଭାରତ । ଏଥିସହ ପ୍ୟାରିସ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛି ଦଳ । ପୂର୍ବରୁ ୧୯୬୬, ୯୮ ଓ ୧୪ ମସିହାରେ ପୁରୁଷ ହକି ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ।