କନକ ବ୍ୟୁରୋ: ଭୁବନେଶ୍ୱର ଚନ୍ଦକା ଥାନା ଅଂଚଳରେ ମହିଳାଙ୍କୁ ହତ୍ୟା ଘଟଣାରେ କମିଶନରେଟ ପୁଲିସ କାମାକ୍ଷନଗର ପହଂଚିଛି । କାମାକ୍ଷନଗରରେ ମୃତ ମହିଳାଙ୍କ ପୋଷ୍ଟର ମାରିଛି ଚନ୍ଦକା ଥାନା ପୁଲିସ । ପ୍ରାୟ ୯ ବର୍ଷ ପରେ କମିଶନରେଟ ପୁଲିସ ଏହି ହତ୍ୟା ମାମଲାର ଫାଇଲ ଖୋଲିଛି । ରାଜଧାନୀ ପରେ କାମାକ୍ଷନଗରରେ ପୋଷ୍ଟର ମାରି ମୃତ ମହିଳାଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରାଯାଉଛି । ମୃତକଙ୍କ ପରିଚୟ ଜଣାପଡିଲେ ହତ୍ୟାକାଣ୍ଡର କାରଣ ଖୋଜିବା ସହଜ ହେବ ଓ ଅପରାଧି ପାଖରେ ପହଂଚିପାରିବ ପୁଲିସ ।
୨୦୧୨ ମେ ୨୭ ତାରିଖରେ ଚନ୍ଦକା ଥାନା ଅଧୀନ ଗୋଠପାଟଣା ଆମ୍ବବଗିଚାରେ ଜଣେ ମହିଳାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ମହିଳାଙ୍କ ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି । ପାରିପାଶ୍ୱର୍ିକ ଅବସ୍ଥା ଓ ପ୍ରାଥମିକ ତଦନ୍ତ ଅନୁସାରେ ମହିଳାଜଣଙ୍କ ଢେଙ୍କାନାଳ କାମାକ୍ଷାନଗର ଓ ଏହାର ନିକଟବର୍ତୀ ଅଂଚଳର ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ମିଳିଥିବା ଏକ ପିଲିଥିନକୁ ଭିତିକରି ଏଭଳି ସନ୍ଦେହ କରାଯାଉଛି । ତେଣୁ ଚନ୍ଦକା ଥାନା ପୁଲିସ କାମାକ୍ଷନଗରରେ ପହଂଚି ମୃତ ମହିଳାଙ୍କ ପୋଷ୍ଟର ମାରି ଚିହ୍ନଟ କରିବାକୁ ଉଦ୍ୟମ କରିଛି । ସଂପୃକ୍ତ ମହିଳାଙ୍କ ସଂପର୍କରେ କୌଣସି ସୂଚନା ମିଳିଲେ ଫୋନ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/d2882598-b97a-46f4-b1f8-d22e966fda24.jpg)