କନକ ବ୍ୟୁରୋ: ଦୀର୍ଘ ୮ବର୍ଷ ପରେ ଶେଷରେ ଖୋଲିଛି ମସଜିଦ୍ ତାଲା । ଯୁବ କମିଟିର ପ୍ରୟାସରେ ଉଭୟ ଗୋଷ୍ଠୀ ମଧ୍ୟରେ ଆଲୋଚନା କରାଯାଇ ସମାଧାନର ବାହାରିଛି ରାସ୍ତା । ତେଣୁ ଦୀର୍ଘ ବର୍ଷର୍ ପରେ ଏବେ ଏହି ନିଆଳି ମାଧବ ପଞ୍ଚାୟତରେ ଥିବା ଏହି ମସଜିଦ ଖୋଲା ଯାଇଛି । ମସଜିଦରେ ପ୍ରାର୍ଥନା ବେଳେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଯୋଗୁ ଦୀର୍ଘ ବର୍ଷ ଧରି ମସଜିଦରେ ତାଲା ପଡିଥିଲା । ଦେଓବନ୍ଦୀ ଓ ବରେଲି ଦୁଇ ଗୋଷ୍ଠୀ ମଧ୍ୟରେ ମସଜିଦରେ ପ୍ରାର୍ଥନା ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ୭ ଜଣ ଆହତ ହୋଇଥିବା ବେଳେ ଉଭୟଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ଶାନ୍ତି ଫେରାଇ ଆଣିବାକୁ ବୈଠକ ପରେ ବୈଠକ ହୋଇଥିଲା ହେଲେ କୌଣସି ନିଷ୍କର୍ସ ବାହାରିପାରିନଥିଲା ।

Advertisment

ରମଜାନ୍ ମାସରେ ନିଜ ନିଜ ମୌଲବୀଙ୍କୁ ନେଇ ନମାଜ ପାଠ କରିବାକୁ ଜିଦ୍ କରିଥିଲେ ଉଭୟ ଗୋଷ୍ଠୀ । ଯାହଫଳରେ ପ୍ରଶାସନ ପକ୍ଷରୁ ଇଦଗା ପଡିଆରେ ୧୪୪ ଧାରା ମଧ୍ୟ ଜାରି କରାଯାଇଥିଲା । ସେହି ଅଞ୍ଚଳରେ ପୂଜାପାଠରୁ ନେଇ କୌଣସି ଧର୍ମସଭା ନକରିବାକୁ ପ୍ରଶାସନ ପକ୍ଷରୁ ତାଗିଦ କରାଯାଇଥିଲା । ଆଉ ସେହି ଦିନଠାରୁ ୮ବର୍ଷ ପର୍ଯ୍ୟନ୍ତ ମସଜିଦରେ ତାଲା ପଡିରହିଥିଲା । ହେଲେ ଏବେ କିଛି ଗୋଷ୍ଠୀଙ୍କ ପ୍ରୟାସରେ ପୁଣିଥରେ ସମାଧାନର ରାସ୍ତା ବାହାରିବା ପରେ ଏବେ ମସଜିଦର ତାଲା ଖୋଲିଛି । ଯାହାକୁ ସର୍ବସାଧାରଣରେ ସ୍ୱାଗତ କରାଯାଇଛି ।