୭ ବର୍ଷ ପରେ ରାଜ୍ୟରେ ହାତୀ ଗଣନା ଶେଷ । ୨୦୧୭ ତୁଳନାରେ ବଢିଛନ୍ତି ୧୬୪ ହାତୀ । ୫ ବର୍ଷରେ ୪୦୩ ହାତୀଙ୍କ ମୃତ୍ୟୁ

89

କନକ ବ୍ୟୁରୋ : ୭ ବର୍ଷ ପରେ ରାଜ୍ୟରେ ତିନି ଦିନିଆ ହାତୀ ଗଣନା ଶେଷ ହୋଈଛି । ଏନେଇ ପିସିସିଏଫ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ହାତୀ ସଂଖ୍ୟା ବୃଦ୍ଧି ପାଇଛି । ୨୦୧୭ରେ ରାଜ୍ୟରେ ୧୯୩୪ ହାତୀ ଥିବା ବେଳେ ଏଥର ୨୦୯୮ ହାତୀ ଅଛନ୍ତି । ସେଥିରୁ ୪୭୪ ଜଣ ପୁରୁଷ ହାତୀ ବାକି ୧୦୩୦ ମହିଳା ହାତୀ ଏବଂ ୫୯୪ ଯୁବ ହାତୀ ଅଛନ୍ତି ।

ତେବେ ଏଥର ପୁରୁଷ ହାତୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏବେ ଓଡ଼ିଶାର ଅନୁଗୋଳ, ଡେଙ୍କାନାଳ ଏବଂ କଟକର ଆଠଗଡ଼ରେ ଅଧିକ ହାତୀ ଥିବା ଗଣନାରୁ ଜଣାପଡିଛି । ତେବେ ଗତ ପାଂଚ ବର୍ଷରେ ୪୦୩ ହାତୀଙ୍କ ମୃତ୍ୟୁ ହୋଇଛି ।