‘ଫୋନି’ ପାଇଁ ଫାଇଟ୍ । ୭ ଦିନ ଭିତରେ ଅସମ୍ଭକୁ ସମ୍ଭବ କରି ଦେଖାଇଲେ ରିୟଲ ହିରୋ, ଅନ୍ଧାରକୁ କାଢ଼ି ଆଲୋକ ଭରିଲେ, ପ୍ରଭାବିତଙ୍କ ଶୋଷ ମେଣ୍ଟାଇଲେ ।

310

କନକ ବ୍ୟୁରୋ: ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ ପରେ ଓଡ଼ିଶାର ଚିତ୍ର ସତେ ଯେମିତି ପୂରା ବଦଳିଯାଇଛି । ଆଉ ଲାଗୁଛି ଯେମିତି ପ୍ରାଣପକ୍ଷୀରୁ ଆତ୍ମା ଉଡ଼ିଗଲା ଭଳି ସବୁଠି ନିସ୍ତବ୍ଧ ଏବଂ ମରୁଭୂମି । ହେଲେ ‘ଫୋନି’ ଜ୍ୱାଳାରେ ଛଟପଟ ହେଉଥିବା ପ୍ରଭାବିତଙ୍କୁ ପୁଣି ଏକ ସୁନ୍ଦର ଜୀବନ ଦେବାପାଇଁ ଆବଶ୍ୟକ ହେଉଥିବା ମୈଳିକ ସୁବିଧାକୁ ସଜାଡ଼ିବାରେ ଲାଗିଛନ୍ତି ବିଭିନ୍ନ କର୍ମଚାରୀ । ‘ଫୋନି’ ପ୍ରଭାବରେ ଭାଙ୍ଗିପଡ଼ିଥିବା ଗଛ, ବିଦ୍ୟୁତ୍ ଖୁଣ୍ଟି, ମୋବାଇଲ ଟାୱାର, ନଳକୂପ ସହ ଯୋଗାଯୋଗକୁ ସୁଧାରିବାରେ ଦିନରାତି ଏକ କରିଦେଇଛନ୍ତି ବିଭିନ୍ନ ସଂସ୍ଥାର ସିପାହୀ ।

ବାତ୍ୟା ‘ଫୋନି’ରେ ବିଶେଷ କରି ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡ଼ିକରେ ବିଦ୍ୟୁତ୍ ସେବା ଠପ୍ ପଡ଼ିଥିଲା । କିନ୍ତୁ ଏନଡ଼ିଆରଏଫ, ଓଡ୍ରାଫ, ବିଭିନ୍ନ ରାଜ୍ୟ ବାହାରୁ ଆସିଥିବା ବିଜୁଳି ଗ୍ୟାଙ୍ଗଙ୍କ ସହାୟତାରେ ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ସ୍ଥିତି ସୁଧୁରିବାରେ ଲାଗିଛି । ସବୁଠାରୁ ବଡ଼କଥା ହେଲା କି ଦୀର୍ଘ ୭ ଦିନ ହେବ ଦିନ ରାତି ଏକ କରି ଏହି ଏନଡ଼ିଆରଏଫ, ଓଡ୍ରାଫ୍, ସେସୁ, ରାଜ୍ୟ ବାହାରୁ ଆସିଥିବା ବିଜୁଳି ଗ୍ୟାଙ୍ଗମାନେ ଅକ୍ଳାନ୍ତ ପରିଶ୍ରମ କରି ପୁନଃରୁଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି ।

ବିଶେଷ କରି ପୁରୀ ଏବଂ ଭୁବନେଶ୍ୱରରେ ଯେଉଁଠି ଦେଢ଼ ଲକ୍ଷରର ଉଦ୍ଧ୍ୱର୍ ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ି ପଡ଼ିଥିଲା । ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ ସମସ୍ୟା ଉପୁଜିଥିଲେ ମଧ୍ୟ ଏହାକୁ ଖାତିର ନକରି ସେବା କରିବାରେ ଲାଗିପଡ଼ିଛନ୍ତି । ଏପରିକି ବାତ୍ୟା ପରେ ପରେ ଏବେ ସାରା ରାଜ୍ୟକୁ ପ୍ରଚଣ୍ଡ ରୌଦ୍ର ତାପ ଗ୍ରାସ କରିଥିବାବେଳେ ଏହାକୁ ନିଘା ନକରି ପୁନଃରୁଦ୍ଧାର କାର୍ଯ୍ୟ କରୁଛନ୍ତି । ଅନ୍ୟପଟେ ଓଡ୍ରାଫ ଟିମ୍ ଠାରୁ ଆରମ୍ଭ କରି ବିଭିନ୍ନ ସହସ୍ଥାର କର୍ମଚାରୀମାନଙ୍କ ସହଯୋଗରେ ୭ ଦିନ ପରେ ଧିରେ ଧିରେ ସ୍ଥିତି ସୁଧୁରିବାରେ ଲାଗିଛି ।

ଅନ୍ୟପଟେ ଏହି ଟିମ୍ ମାନଙ୍କ ଯୋଗୁଁ ରାଜ୍ୟର ପ୍ରମୁଖ ସ୍ଥାନରେ ଦୀର୍ଘ ଦିନଧରି ଅନ୍ଧାର ଥିବା ସ୍ଥାନ ଆଲୋକିତ ହୋଇଛି । ଅନେକ ସ୍ଥାନକୁ ପାନୀୟଜଳ ସ୍ୱାଭାବିକ ହୋଇଛି । ଏହାସହ ଯୋଗାଯୋଗରେ ମଧ୍ୟ ଯେଉଁ ସମସ୍ୟା ଦେଖାଯାଇଥିଲା ସେଥିରୁ ଅଧିକାଂଶ ମାତ୍ରାରେ ସ୍ୱାଭାବିକ ହୋଇଛି । ଆଉ ଏହାର ଶ୍ରେୟ କେବଳ ଏହି ହିରୋ ମାନଙ୍କୁ ହିଁ ନ୍ୟସ୍ତ କରୁଛି । ଆଉ ସୋସିଆଲ ମିଡ଼ିଆରେ ଏମାନଙ୍କ ନିଷ୍ଠାପରତା ସେବାକୁ ଭୂରିଭୂରି ପ୍ରଶଂସା କରାଯାଉଛି ।