କନକ ବ୍ୟୁରୋ : ଆଲୋକିତ ହେଲା ଅନ୍ଧାରୀ ଗାଁ । ଦୀର୍ଘ ୬୫ ବର୍ଷର୍ ପରେ ଗାଁକୁ ଆସିଲା ବିଜୁଳି ଆଲୋକ । ଗାଁର ଏହି ସମସ୍ୟା ନେଇ ବାରମ୍ବାର ପ୍ରସାରଣ ହେବା ପରେ ଶେଷରେ ପଡିଲା ପ୍ରଭାବ । କନକ ନ୍ୟୁଜରେ ଖବର ପ୍ରସାରଣ ହେବା ପରେ ଗାଁରେ ବିଦ୍ୟୁତ ସଂଯୋଗ ହୋଇଛି । ଝାରସୁଗୁଡା ବଂଜାରୀ ପଂଚାୟତର ତେତିଲିଆବାହାଲ ଗାଁର ଲୋକେ ଦୀର୍ଘ ବର୍ଷରେ ଦେଖିଛନ୍ତି ବିଜୁଳି ଆଲୁଅ । ଅନ୍ଧାରୀ ମୂଲକ ଆଲୋକିତ ହୋଇଥିବା ବେଳେ ଦୀର୍ଘ ବର୍ଷ ହେଲା ଅନ୍ଧାରରେ ରହୁଥିବା ଗାଁର ଲୋକ ଏବେ ବିଦ୍ୟୁତ ସଂଯୋଗ ପାଇ ବେଶ ଖୁସି ହୋଇଛନ୍ତି । ବିନା ଆଲୋକରେ ଗାଁର ଲୋକେ ବହୁ ଅସୁବିଧା ଭୋଗୁଥିଲେ । ପିଲାଙ୍କ ପାଠପଢାରେ ବି ଅନେକ ସମସ୍ୟା ଲାଗି ରହିଥିଲା । ଗାଁରେ କେବଳ ଡିବିରୀ ଆଲୁଅ ଥିଲା ଭରସା । ପ୍ରତିଥର ଗାଁର ଲୋକେ ସମସ୍ୟା ନେଇ ଗୁହାରୀ କରିଥିଲେବି କୌଣସି ସମାଧାନ ହୋଇନଥିଲା । ହେଲେ ଏବେ ଖବର ପ୍ରସାରଣ ପରେ ପଡିଛି ପ୍ରଭାବ । ଆଉ ଗାଁକୁ ହୋଇଛି ବିଦ୍ରୁତ ସଂଯୋଗ ।

Advertisment

ତେତିଲିଆବାହାଲର ଲୋକ ମାନେ ସାଗରପାଳି ଗାଁର ପୂର୍ବବାସିନ୍ଦା । ତେବେ ହୀରାକୁଦ ନଦୀବନ୍ଧ ଯୋଜନା ଯୋଗୁଁ ୧୯୫୭ ମସିହାରେ ବିସ୍ଥାପିତହୋଇ ତେତଲିଆବାହାଲରେ ରହିଆସୁଛନ୍ତି । ହେଲେ ବସତି ସ୍ଥାପନର ୬୫ ବର୍ଷ ପରେ ମଧ୍ୟ ଏହି ଗାଁକ ୁବିଦ୍ୟୁତ ପହଂଚି ନଥିଲା । ଖବର ପ୍ରସାରଣ ପରେ ଆଜି ଗାଁକୁ ବିଦ୍ୟୁତ ଆଲୁଅ ପହଂଚିଛି । ଗାଁକୁ ଆଜି ବିଜୁଳି ଆଲୁଅ ପହଂଚିଥିବାରୁ ସମସ୍ତେ ବେଶ ଖୁସି ହୋଇଛନ୍ତି । ଝାରସୁଗୁଡା ଜିଲ୍ଲାପାଳ ଗାଁରେ ପହଂଚି ସମସ୍ୟା ବୁଝି ପ୍ରତିଶ୍ରୁତି ଦେବା ପରେ ଏବେ ଆଲୋକର ଝଲସୁଛି ଗାଁ ।

ବିନା ଆଲୋକରେ ରହୁଥିବା ଗାଁର ଲୋକଙ୍କ ପାଇଁ ଅନ୍ଧାରୀ ମୂଲକ ଏବେ ଆଲୋକିତ ହୋଇଛି । ଗାଁର ଲୋକମାନେ ଦୀର୍ଘ ବର୍ଷ ପରେ ଆଲୁଅ ପାଇଥିବା ବେଳେ ସମସ୍ତଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି ।