୪୦ ବର୍ଷ ପରେ ଆହ୍ଲାବାଦରେ ଜିତିଲା କଂଗ୍ରେସ । ୫୮ ହଜାରରୁ ଅଧିକ ଭୋଟରେ ବିଜୟୀ ହେଲେ ଉଜ୍ଜ୍ୱଲ ।

Advertisment
୪୦ ବର୍ଷ ପରେ ଆହ୍ଲାବାଦରେ ଜିତିଲା କଂଗ୍ରେସ । ୫୮ ହଜାରରୁ ଅଧିକ ଭୋଟରେ ବିଜୟୀ ହେଲେ ଉଜ୍ଜ୍ୱଲ ।

କନକ ବ୍ୟୁରୋ: ଦୀର୍ଘ ୪୦ ବର୍ଷ ପ‌ରେ କଂଗ୍ରେସ ଉତ୍ତରପ୍ରଦେଶର ଆହ୍ଲାବାଦ ଆସନରେ ଜିତିଛି। ନିର୍ବାଚନ କମିସନ ତଥ୍ୟ ଅନୁଯାୟୀ କଂଗ୍ରେସ ପ୍ରାର୍ଥୀ ଉଜ୍ୱଳ ରମଣ ସିଂହ ଆହ୍ଲାବାଦ ଆସନରେ ୫୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ତେବେ ଶେଷ ଥର ପାଇଁ ସଙ୍ଗମ ସହର ଆହ୍ଲାବାଦ ୧୯୮୪ ଲୋକସଭା ନିର୍ବାଚନରେ ଜଣେ କଂଗ୍ରେସ ସାଂସଦଙ୍କୁ ନିର୍ବାଚିତ କରିଥିଲା। ୧୯୮୪ରେ ଅମିତାଭ ବଚ୍ଚନ ଏହି ଆସନରୁ ଜିତିଥିଲେ। ଏବେ ବିଜେପିର ନିରଜ ତ୍ରିପାଠୀଙ୍କୁ କଂଗ୍ରେସର ଉଜ୍ଜ୍ବଳ ରମଣ ହରାଇ ବିଜୟୀ ହୋଇଛନ୍ତି ।

ତେବେ ଆହ୍ଲାବାଦରେ ଉତ୍ତରପ୍ରଦେଶର ୨ ପ୍ରମୁଖ ରାଜନେତାଙ୍କ ପୁଅଙ୍କ ମଧ୍ୟରେ ଲଢ଼େଇ ‌ହୋଇଥିଲା। ଉଜ୍ୱଳ ରମଣ ସିଂହଙ୍କ ବାପା ରେବତୀ ରମଣ ସିଂହ ୨୦୦୪ ଏବଂ ୨୦୦୯ରେ ଆହ୍ଲାବାଦ ଆସନରେ ଜିତି ଲୋକସଭାକୁ ପ୍ରତିନିଧିତ୍ୱ କରିଥିଲେ। ଅନ୍ୟପକ୍ଷେ ନିରଜ ତ୍ରିପାଠୀଙ୍କ ବାପା କେଶରୀ ନାଥ ତ୍ରିପାଠୀ ଆହ୍ଲାବାଦ ଦକ୍ଷିଣରୁ ୫ ଥର ବିଧାୟକ ହୋଇଛନ୍ତି। ସେ ରାଜ୍ୟ ବିଧା‌ନସଭାର ପୂର୍ବତନ ବାଚସ୍ପତି। ‌ସେ ମଧ୍ୟ ପଶ୍ଚିମବଙ୍ଗ, ବିହାର, ମିଜୋରାମ ଏବଂ ମେଘାଳୟ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe