ଗେଷ୍ଟ ହାଉସରୁ ସପିଙ୍ଗ ମଲ ! ଜାଣନ୍ତୁ ୩୮ ଦିନ ଧରି କେଉଁଠି ଲୁଚିଥଲେ ବାବାଙ୍କ ଲାଡଲି ହନିପ୍ରୀତ

56

ହନିପ୍ରୀତ ଓ ପୋଲିସ ଲୁଚକାଳି ଖେଳରେ ଆଜି ପଡିପାରେ ପୂର୍ଣ୍ଣଛେଦ । ଆଜି ପୋଲିସ ଆଗରେ ଆତ୍ମସମର୍ପଣ କରିପାରନ୍ତି ହନିପ୍ରୀତି । ଧର୍ଷଣ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ୨୦ ବର୍ଷ ଜେଲଦଣ୍ଡ ଭୋଗୁଥିବା ରାମ ରହିମଙ୍କ ପୋଷ୍ୟକନ୍ୟା ହେଉଛନ୍ତି ହନିପ୍ରୀତ । ଗତମାସରେ ରାମରହିମ ଜେଲ ଯିବା ପରେ ହନିପ୍ରୀତ ଫେରାର ହୋଇଯାଇ ଥିଲେ । ହରିୟାଣା ପୋଲିସ ତାଙ୍କୁ ଖୋଜିବା ପାଇଁ ଦିନରାତି ଏକାକାର କରିଦେଇଥିଲା । କିନ୍ତୁ ହନିପ୍ରୀତର ସୁରାକ ମଧ୍ୟ ପାଇନଥିଲା ପୋଲିସ । ଏପରିକି ଏକ ଟିମ ବାବାଙ୍କ ଲାଡଲୀଙ୍କୁ ଖୋଜିବା ପାଇଁ ନେପାଳ ମଧ୍ୟ ଯାଇଥିଲା । ତେବେ ୩୮ ଦିନ ଧରି ପୋଲିସକୁ ଚକମା ଦେଇଥିବା ଶେଷରେ ହିନ୍ଦୀ ନ୍ୟୁଜ ଚ୍ୟାନେଲ ଆଗରେ ମୁହଁ ଖୋଲିଛନ୍ତି । ପୋଲିସ ଠାରୁ ଲୁଚିବା ପାଇଁ ଦୀର୍ଘ ୩୮ ଦିନ କେଉଁ କେଉଁ ସ୍ଥାନରେ ଲୁଚିଥିଲେ ତାହାର ପର୍ଦ୍ଦାଫାଶ କରିଛନ୍ତି ନିଜେ ହନିପ୍ରୀତ ।

• ୨୫ ଅଗଷ୍ଟ : ଧର୍ଷଣ ମାମଲାରେ ବାବା ରାମରହିମ ଦୋଷୀ ସାବ୍ୟସ୍ତ ହେବା ପରେ ହେଲିକପ୍ଟରରେ ବାବାଙ୍କ ରୋହତକ ଜେଲ ପର୍ଯ୍ୟନ୍ତ ଯାଇଥିଲେ ହନିପ୍ରୀତ । ସେହିଦିନ ରାତିରେ ରୋହତକର ଏକ ଗେଷ୍ଟ ହାଉସରେ ରହିଥିଲେ । କିନ୍ତୁ ପଞ୍ଚକୁଲା ହିଂସା ପାଇଁ ତାଙ୍କୁ ଦାୟୀ କରାଗଲା କିନ୍ତୁ ସେତେବେଳେ ସେ ରୋହତକରେ ଥିଲେ ।

honey preet 1• ୨୬ ଅଗଷ୍ଟ : ପଞ୍ଚକୁଲା ହିଂସାର ପରଦିନ ଅର୍ଥାତ ୨୬ ଅଗଷ୍ଟରେ ହନିପ୍ରୀତ ରୋହତକୁ ବାହାରି ସିଧା ସିରସା ସ୍ଥିତ ଡେରା ଆଶ୍ରମରେ ପହଞ୍ଚିଥିଲେ । ସେଠାରେ ଆଶ୍ରମର ନିର୍ଦ୍ଦେଶିକା ବିପାଶନାଙ୍କ ସହ ତାଙ୍କର ଭେଟ ହୋଇଥିଲା । ସେହଦିନ ରାତି ସେ ସେ ସିରସା ସ୍ଥିତ ଡେରା ଆଶ୍ରମରେ କାଟିଥିଲେ ।
• ୨୭ ଅଗଷ୍ଟ : ସିରସା ଆଶ୍ରମରେ ଗୋଟିଏ ରାତି ରହିବା ପରେ ଅଚାନକ କେଉଁଆଡେ ଚାଲିଯାଇଥିଲେ ହନିପ୍ରୀତ । କେହି ମଧ୍ୟ ଏହାର ଟେର ପାଇ ନଥିଲେ । ସିରସାରୁ ବାହାରି ହନିପ୍ରୀତ ତାଙ୍କ ଭାଇଙ୍କ ଶଶୁର ହନୁମାନଗଡରେ ପହଞ୍ଚଥିଲେ । ସେଠାରେ ସେ ଦୁଇଦିନ ରହିଥିଲେ ।
• ୨୯ ଅଗଷ୍ଟ : ହନିପ୍ରୀତ ଫେରାର ହେବା ପରେ ତାଙ୍କୁ ଖୋଜିବା ପାଇଁ ପୋଲିସ ସମସ୍ତ ପ୍ରକାର ବଳ ଳଗାଇ ଦେଇଥିଲା । ଏହି କ୍ରମରେ ପୋଲିସ ୨୯ ଅଗଷ୍ଟରେ ହନୁମାନଗଡରେ ମଧ୍ୟ ପହଞ୍ଚିଥିଲା । କିନ୍ତୁ ସେଠାରୁ ମଧ୍ୟ ପୋଲିସକୁ ଖାଲି ହାତରେ ଫେରିବାକୁ ପଡିଥିଲା । ପୋଲିସ ପହଞ୍ଚିବା ଆଗରୁ ହନିପ୍ରୀତ ସେଠାରୁ ପଳାୟନ କରିଥିଲେ ।
• ୩୦ ଅଗଷ୍ଟ : ହନୁମାନଗଡରୁ ଫେରାର ହେବା ପରେ ଅଗଷ୍ଟ ୩୦ରେ ରାଜସ୍ଥାନ ପଳାଇଥିଲେ ହନିପ୍ରୀତ । ସାଙ୍ଗିରିଆରେ ଏକ ଭକ୍ତଙ୍କ ଘରେ ରହିଥିଲେ ହନିପ୍ରୀତ ।
ram rahim• ୨ ସେପ୍ଟେମ୍ବର : ଦିନ ଗଡିବା ସହ ହନିପ୍ରୀତକୁ ଧରିବା ପାଇଁ ପୋଲିସର ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଥିଲା । ୨ ସେପ୍ଟମ୍ବରରେ ଉଦୟପୁରର ଏକ ସପିଙ୍ଗ ମଲରେ ନଜର ଆସିଥିଲେ ସେ । ପୋଲିସ ଏହି ଖବର ପାଇବା ପରେ ମଲରେ ପହଞ୍ଚଥିଲା । କିନ୍ତୁ ସେଠାରୁ ମଧ୍ୟ ଖାଲି ହାତରେ ଫେରିଥିଲା ପୋଲିସ । ମଲରୁ କେବଳ ଡେରାର ଏକ କେୟାରଟେକରକୁ ପୋଲିସ ଧରିଥିଲା । କିନ୍ତୁ ତା ପାଖରୁ ମଧ୍ୟ ହନିପ୍ରୀତଙ୍କ କୌଣସି ସୂଚନା ପାଇ ନଥିଲା ପୋଲିସ ।

• ଏହା ଭି୍ତରେ ହନିପ୍ରୀତ ନେପାଳ ଖସି ଯାଇଥିବା ଖବର ସାମ୍ନାକୁ ଆସିଥିଲା । ସେଠାରେ ମଧ୍ୟ ହନିପ୍ରୀତକୁ ଧରିବା ପାଇଁ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏପରିକି ହନିପ୍ରୀତ ଭଳି ଦେଖାଯାଉଥିବା ଅନ୍ୟ ଏକ ମହିଳାଙ୍କୁ ଥାନାକୁ ଆଣି ପଚାରଉଚରା କରିଥିଲା ପୋଲିସ । କିନ୍ତୁ ସେଠାରେ ମଧ୍ୟ ପୋଲିସକୁ ସଫଳତା ମିଳିନଥିଲା । କିଛି ଦିନ ପାଇଁ ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଥିଲେ ହନିପ୍ରୀତ ।

• ୨୧ ସେପ୍ଟେମ୍ବର : ଏକ ବିଶ୍ୱସ୍ତ ସୁତ୍ରରୁ ପୋଲିସ ଖବର ପାଇଥିଲା ଯେ ହନିପ୍ରୀତ ରାମରହିମଙ୍କ ଗାଁ ମୋଡିଆରେ ଲୁଚିଛି । ତେଣୁ କାଳବିଳମ୍ବ ନକରି ପୋଲିସ ମୋଡିଆ ଗାଁରେ ଛାପା ମାରିଥିଲା । କିନ୍ତୁ ପୋଲିସ ପହଞ୍ଚିବା ପୂର୍ବରୁ ହନିପ୍ରୀତ ସେଠାରୁ ମଧ୍ୟ ଚମ୍ପଟ ମାରିଥିଲେ ।
ram rahim 2• ୨୫ ସେପ୍ଟେମ୍ବର : ସେଠାରୁ ହନିପ୍ରୀତ ଖସି ଆସିବା ପରେ କୌଣସି ମତେ ଦିଲ୍ଲୀରେ ପହଞ୍ଚଥିଲେ । ଦିଲ୍ଲୀର ଲାଜପତନଗରରେ ନିଜ ଓକିଲଙ୍କୁ ଭେଟିବା ପରେ ଦିଲ୍ଲୀ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । କିନ୍ତୁ କୋର୍ଟ ତାଙ୍କ ଜାମିନ ଖାରଜ କରିବା ସହ ଆତ୍ମସର୍ମପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ସିସିଟିଭିରେ ହନିପ୍ରୀତ କଏଦ ହେବା ପରେ ପୋଲିସ ସଜାଗ ହୋଇ ଉଠିଥିଲା । ଦୁଇ ଦିନ ପରେ ଓଳିଲଙ୍କ ଘରେ ପହଞ୍ଚଥିଲା ପୋଲିସ । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇ ସାରିଥିଲା । ଏପରିକି ଗୁଡଗାଓଁରେ ହନିପ୍ରୀତ ରହୁଥିବା ଖବର ପୋଲିସ ପାଇବା ପରେ ସେଠାରେ ବିଭିନ୍ନ ଫ୍ଲାଟରେ ଚଢାଉ କରିଥିଲା । କିନ୍ତୁ ପ୍ରତିଥର ଭଳି ଏଥର ମଧ୍ୟ ପୋଲିସକୁ ଚକମା ଦେଇଥିଲା ହନୀପ୍ରୀତ ।
• ୩ ଅକ୍ଟୋବର : ଶେଷରେ ଆଜି ହିନ୍ଦୀ ନ୍ୟୁଜ ଚ୍ୟାନେଲ ଆଜତକ କ୍ୟାମେରାରେ ମୁହଁ ଖୋଲିଛନ୍ତି ହନିପ୍ରୀତ । କ୍ୟାମେରା ଆଗରେ ସେ କାନ୍ଦି ପକାଇଛନ୍ତି । ହନି କହିଛନ୍ତି, ରାମ ରହିମଙ୍କ ସହ ତାଙ୍କର ବାପ-ଝିଅର ସମ୍ପର୍କ । ଯାହାକୁ କଳଙ୍କିତ କରାଯାଉଛି । ଆଇନ ଉପରେ ଭରସା ରହିଛି । ତାଙ୍କର ଓ ରାମ ରହିମଙ୍କ ବାପା-ଝିଅର ସମ୍ପର୍କ ରହିଛି । ମିଡିଆରେ ମୋତେ ଦେଶେଦ୍ରୋହୀ କୁହାଗଲା କିନ୍ତୁ ମୁଁ ଦେଶଦ୍ରୋହୀ ନୁହେଁ ।

honey-preet-exclusive-647_100317092341ଏହାସହ ହନିପ୍ରୀତ କହିଛନ୍ତି ଦଣ୍ଡାଦେଶ ପରେ ମୁଁ ଡିପ୍ରେସନକୁ ଚାଲିଯାଇଥିଲି । ମୋତେ ଆଇନ ପ୍ରକ୍ରିୟା ଜଣାନଥିଲା । ବାପା ଜେଲ ଯିବା ପରେ ମୁଁ ବୋହେସ ହୋଇଯାଇଥିଲି । ଲୋକେ ମୋତେ ଯେମିତି ଗାଇଡ କଲେ ମୁଁ ସେୟା କଲି । କୁହାଯାଉଛି, ମୁଁ ଭୁଲ କରିଛି । କିନ୍ତୁ କାହା ପାଖରେ ଏ ନେଇ କଣ ପ୍ରମାଣ ଅଛି । ଏହାପରେ ନ୍ୟାୟ ପାଇଁ ମୁଁ ପଞ୍ଜାବ-ହରିୟାଣା ହାଇକୋର୍ଟ ଯିବି । ପଛକୁ ହଟିବାର ପ୍ରଶ୍ନ ଉଠୁନାହିଁ । ତେବେ ସରଣ୍ଡେର କରିବା ପୂର୍ବରୁ ଆଇନଗତ ପରାମର୍ଶ ନେବି ।

ସେପଟେ ହନିପ୍ରୀତ ଆତ୍ମସମର୍ପଣ କରିବା ନେଇ ଚର୍ଚ୍ଚା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପଂଚକୁଲା ପୁଲିସ କମିଶନର ଏ.ଏସ ଚାୱଲା । ହନୀପ୍ରିତଙ୍କୁ ଗିରଫ କରିବା ପାଇଁ ସବୁ ପ୍ରକାର ପ୍ରକ୍ରିୟା ଏବେ ବି ଜାରି ରହିଛି । ପୁଲିସ ତାଙ୍କୁ ଗିରଫ କରିବ । ସେ ଯଦି ଆତ୍ମସମର୍ପଣ କରିନ୍ତି, ତେବେ ଆଇନ୍ ଅନୁସାରେ ସବୁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ପୁଲିସ କମିସନର ।