ପ୍ରର୍ଦଶନକାରୀଙ୍କ ଆଗରେ ମୁଣ୍ଡ ନୁଆଁଇଲଲେ ଇରାନ ସରକାର: ୩ମାସର ବିରୋଧ ପ୍ରଦର୍ଶନ ପରେ ଦେଶରୁ ହଟିଲା ମୋରାଲିଟି ପୁଲିସ

150

କନକ ବ୍ୟୁରୋ: ୨୦୨୨ ସେପ୍ଟେମ୍ବର ୧୩ । ଇରାନର କୁର୍ଦିସ୍ତାନ ପ୍ରାନ୍ତର ୨୨ ବର୍ଷୀୟା ମହସା ଅମୀନ । ପୋଷାକ ଉପରେ ଓଭରକୋଟ ପିନ୍ଧି ନିଜ ପରିବାର ସହ ତେହେରାନ ବୁଲୁଥିଲେ । ଯେତେବେଳେ ପରିବାର ସହ ଅମୀନୀ ହେଗାନୀ ଏକ୍ସପ୍ରେସୱେରେ ପହଁଥିଲେ ହଠାତ ମୋରାଲିଟି ପୁଲିସ ସେଠାରେ ପହଁଚେ । ଅମିନୀ ପିନ୍ଧିଥିବା ପୋଷାକକୁ ଅଶାଳୀନ ପୋଷାକ କୁହେ । ପୁଲିସ ଏକଥାର ମଧ୍ୟ ଦାବି କରେ କି ଅମୀନୀ ହିଜାବକୁ ସଠିକ ଭାବରେ ପରିଧାନ କରିନାହାଁନ୍ତି । କେହି କିଛି ବୁଝିବା ଆଗକରୁ ଅମୀନୀକୁ ଜୋରଜବରଦସ୍ତ ଡିସେଟେସନ ସେଂଟରକୁ ନେଇଯାଏ ମୋରାଲିଟି ପୁଲିସ । କେବଳ ସେତିକି ନୁହେଁ ଅମୀନୀଙ୍କ ପୋଷାକ ଫାଡିବା ସହ ତାଙ୍କୁ ଶାରିରିକ ଓ ମାନସିକ ନିର୍ଯ୍ୟାତନା ଦିଏ । ଘଟଣାର ପରେ ଅମିନୀ ଅସୁସ୍ଥ ହୋଇପଡନ୍ତି ଓ ୨ଦିନ ଧରି ହସପିଟାଲରେ ରହିବା ପରେ ତାଙ୍କର ମୃତ୍ୟୁ ହୁଏ । ଅମୀନିଙ୍କ ମୃତ୍ୟୁ ପୁଲିସ ହେପାଜତରେ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିବାବେଳେ ମୋରାଲିଟି ପୁଲିସ କହେ ହାର୍ଟଷ୍ଟ୍ରୋକ ପାଇଁ ଅମୀନୀଙ୍କ ମୃତ୍ୟୁ ହୋଇଛି । ଏହା ପରେ ପୂରା ଦୁନିଆ ସାମ୍ନାକୁ ଆସେ ମୋରାଲିଟି ପୁଲିସର ବର୍ବରତା । ବାସ ଏହିଠାରୁ ଇରାନରେ ଆରମ୍ଭ ହୁଏ ହିଜାବ ବିରୋଧେୀ ପ୍ରଦର୍ଶନ ।

ଇରାନର ହିଜାବ ବିରୋଧୀ ଆନ୍ଦୋଳନରେ ୩ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ହଜାର ହଜାର ଲୋକ ଆହତ ହୋଇଥିଲେ । ୧୪ହଜାରୁ ଅଧିକ ଆନ୍ଦୋଳନକାରୀ ଗିରଫ ହୋଇଥିଲେ । ଏଭଳି ସ୍ଥିତିରେ ସରକାର ତାଙ୍କ ଆଭିମୁଖ୍ୟ ନରମ କରି କଠୋର ମୋରାଲିଟି ପୁଲିସକୁ ହଟେଇଛନ୍ତି ।

ଦେଖୁ ଦେଖୁ ଏହା ନିଆଁ ପରି କୁର୍ଦ୍ଦିସ୍ତାନରୁ ତେହେରାନ ପୂରା ଇରାନରେ ମାଡିଚାଲେ । ହଜାର ହଜାର ସଂଖ୍ୟକ ସାଧାରଣ ଜନତାଙ୍କଠୁ ନେଇ ସେଲିବ୍ରେଟି ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇ ଇରାନ ସରକାରଙ୍କ ବିରୋଧରେ କଲେ ଜୋରଦାର ବିଶାଳ ବିରୋଧ ପ୍ରଦର୍ଶନ । ୩ମାସ ଧରି ଇରାନରେ ହିଜାବ ବିରୋଧୀ ନିଆଁ ଯୋଗୁଁ ଦେଶରେ ଅସ୍ଥିରତା ଦେଖାଯିବା ପରେ ଶେଷରେ ସରକାର ପ୍ରଦର୍ଶନକାରୀଙ୍କ ନିକଟରେ ମୁଣ୍ଡ ନୁଆଁଇ ମୋରାଲିଟି ପୋଲିସକୁ ହଟେଇବାକୁ ନିଷ୍ପତି ନେଇଛନ୍ତି । ପାରା ମିଲିଟାରୀ ଫୋର୍ସ ବାସିଜ ସହ ମିଶି ମୋରାଲିଟି ପୁଲିସ ଇରାନର ମହିଳାଙ୍କ ପୋଷାକ ଓ ହିଜାବ ପରିଧାନ ଉପରେ କଡ଼ାକଡ଼ି ନଜର ରଖେ । ସଠିକଭାବରେ ହିଜାବ ପରିଧାନ ନକଲେ ଏମାନେ ଜରିମାନ ଲାଗାଇବା ସହ ଗିରଫ କରିବା ପାଇଁ ଅଧିକାର ପାଇଥିିଲେ । ମୋରାଲିଟି ପୁଲିସ ପାଇଁ କୌଣସି ଗାଇଡଲାଇନ ବ୍ୟବସ୍ଥା ନଥିଲା । ତେଣୁ ବହୁ ସମୟରେ ଏମାନେ ମନମାନୀ କରୁଥିବା ମଧ୍ୟ ଅଭିଯୋଗ ହେଉଥିଲା ।

୨୦୦୬ ମସିହାରେ ମୋରାଲିଟି ପୁଲିସର ଗଠନ ହୋଇଥଥିଲା । ୨୦୧୩ ରୁ ୨୦ ପର୍ଯ୍ୟନ୍ତ ସବୁକିଛି ଠିକଠାକ ରୁହେ । କିନ୍ତୁ ୨୦୨୧ରେ ଯେବେ କଠୋରପନ୍ଥି ଇବ୍ରାହିମ ରଇଜ ଇରାନର ରାଷ୍ଟ୍ରପତି ହେଲେ ସେବେଠୁ ମୋରାଲିଟି ପୁଲିସକୁ ଅଧିକ କଡ଼ାକଡ଼ି କରାଗଲା ।

ଇରାନ କେବଳ ଏକ ମାତ୍ର ଦେଶ ନୁହେଁ ଯେଉଁଠି ମୋରାଲି ପୁଲିସର ବର୍ବରତା ଦେଖିବାକୁ ମିଳିଛି । ସାଉଦି ଆରବ ଓ ସୁଡାନରେ ମଲେସିଆରେ ମଧ୍ୟ ମୋରାଲି ପୁଲିସ ଭଳି ବିଭିନ୍ନ ଫୋର୍ସ ରହିଛି । ଯେଉଁମାନେ ଉଭୟ ପୁରୁଷ ଓ ମହିଳାଙ୍କ ପୋଷାକ ପରିଧାନ ଓ ଗତିବିଧି ଉପରେ ନଜର ରଖୁଛନ୍ତି ।