୨୯ ତାରିଖ ପରଠୁ ରାଜ୍ୟରେ ବଢ଼ିବ ତାତି । ସ୍ୱାଭାବିକଠାରୁ ୨ ରୁ ୪ ଡିଗ୍ରୀ ବୃଦ୍ଧିପାଇବ ତାପମାତ୍ରା । 

116

କନକ ବ୍ୟୁରୋ: ରାଜ୍ୟରେ ବଢିବ ତାତି । ୨୯ ତାରିଖରୁ ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ଏପ୍ରିଲ ପ୍ରଥମ ସପ୍ତାହରୁ ତାପମାତ୍ରା ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ମୁଖ୍ୟତଃ ପାଗ ଶୁଖିଲା ରହିବ, ଶୁଷ୍କ ବାୟୁ ପ୍ରବାହିତ ହେବ । ଏହାସହ ପଶ୍ଚିମା ଝଡ ଯୋଗୁଁ ତାପମାତ୍ରା ବୃଦ୍ଧି ପାଇବ । ବର୍ଷା ହେବାର ସମ୍ଭାବନା ନାହିଁ । ତେଣୁ ଦିନ ତାପମାତ୍ରା ବଢିବାର ଆଶଙ୍କା କରାଯାଉଛି । ଆସନ୍ତା ସପ୍ତାହରେ ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା । ଉପକୂଳ ଓଡିଶା ୩୫ରୁ ୩୭ ଡିଗ୍ରୀ ସୀମିତ ରହିବ । ଆଭ୍ୟନ୍ତରୀଣ ଓଡିଶାରେ ୩୫ରୁ ୩୯ ଡିଗ୍ରୀ ରହିବ ତାପମାତ୍ରା । ତିନି ଦିନ ପରେ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ଆଶା କରାଯାଉଛି ।