Times Nowପୂର୍ବରୁ ବଲାଙ୍ଗୀର ଜିଲ୍ଲା ଅଧୀନରେ ସୋନପୁର ଏକ ଉପଖଣ୍ଡ ଥିଲା। ୧୯୯୧ ମସିହା ମେ ୨୧ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଏଠାକୁ ଆସିଥିଲେ। ସେ ମାଣିକେଶ୍ବରୀ ପଡିଆରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ଏହାର ୨୮ ବର୍ଷ ପରେ ଆଉ ଜଣେ ପ୍ରଧାନମନ୍ତ୍ରୀ ଜିଲ୍ଲାକୁ ଆସିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।ସଭାସ୍ଥଳ ତିଆରି ସହ ଷ୍ଟାଡିୟମ ସମ୍ମୁଖ ରିଂରୋଡ୍ ପାର୍ଶ୍ବକୁ ସମତଳ କରାଯାଇ ହେଲିପ୍ୟାଡ୍ ପ୍ରସ୍ତୁତ କରାଯାଇଛି। ରୟାଲ ପଡ଼ିଆ, ଗାନ୍ଧୀ ପଡ଼ିଆ ଓ କୁଞ୍ଜ ଛକରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି। ବିଜେପି ପକ୍ଷରୁ ମଧ୍ୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳୀୟ ପ୍ରସ୍ତୁତି କରାଯାଇଛି।
ବଲାଙ୍ଗୀର ଲୋକସଭା ଅନ୍ତର୍ଗତ ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଓ କନ୍ଧମାଳ ଲୋକସଭା ଅନ୍ତର୍ଗତ ବୌଦ୍ଧ ଏବଂ କଣ୍ଟାମାଳ ନିର୍ବାଚନମଣ୍ଡଳୀ ଉପରେ ଦଳ ଅଧିକ ଫୋକସ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହି ୪ଟି ଆସନରୁ ବିଜେପି କେବେ ବିଜୟୀ ହୋଇ ନାହିଁ। ତେବେ ଗତ ସାଧାରଣ ନିର୍ବାଚନରେ ସୋନପୁର ଏବଂ ବୀରମହାରାଜପୁରରେ ବିଜେପି ପ୍ରାର୍ଥୀ ଦୁଇ ନମ୍ବରରେ ରହିଥିଲେ। ମୋଦୀଙ୍କ ପ୍ରଚାରକୁ ଆୟୂଧ କରି ଦଳ ଜନମତକୁ ନିଜ ସପକ୍ଷରେ ନେବା ପାଇଁ ଚେଷ୍ଟା କରିବ।
Follow Us