କନକ ବ୍ୟୁରୋ: ଗାଁ ଦାଣ୍ଡରେ ବିରାଟ ଶୋଭାଯାତ୍ରା। ବାଜା ବାଣର ରୋଷଣୀ ଆଉ ଯୋଡି ମହୁରୀରେ କମ୍ଫୁଛି ପରିବେଶ। କେଉଁ ନିର୍ବାଚନ କି ବିବାହ ଶୋଭାଯାତ୍ର ନୁହେଁ। ବୃତିଗତ ଜୀବନରୁ ଅବସର ନେଉଥିବା ଶିକ୍ଷକଙ୍କ ପାଇଁ ବିଦାୟକାଳୀନ ଶୋଭାଯାତ୍ରା। ଦୀର୍ଘ ୨୭ ବର୍ଷ ଶିକ୍ଷକତା ପରେ ଅବସର ନେଉଛନ୍ତି ନିଆଳି ମାଧବ ପ୍ରଧାନସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଚୌଧୁରୀ ଗଗନ ବିହାରୀ ମହାପାତ୍ର ।

Advertisment
  • ଆଦର୍ଶ ଶିକ୍ଷକଙ୍କୁ ଆବେଗଭରା ବିଦାୟ
  • ଗ୍ରାମବାସୀଙ୍କ କାନ୍ଧରେ ଗାଁ ବୁଲିଲେ ଗଗନ ସାର୍ 

ବିଦ୍ୟାଳୟରେ ସାରଙ୍କ ଶେଷ ଦିନରେ ତାଙ୍କୁ କୁଣ୍ଡାଇ ଧରି କାନ୍ଦୁଛନ୍ତି ଛାତ୍ରଛାତ୍ରୀ, ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି। କେବଳ ବର୍ତମାନର ଛାତ୍ରଛାତ୍ରୀ ନୁହଁନ୍ତି, ସାରଙ୍କ ପାଖରେ ପାଠପଢି ମଣିଷ ହୋଇଥିବା ବଡମାନେ ସାରଙ୍କ ପାଦ ଛୁଇଁ ପ୍ରଣାମ କରୁଛନ୍ତି। ପ୍ରଧାନସାହି ଗ୍ରାମବାସୀ ସାରଙ୍କୁ କାନ୍ଦରେ ବସାଇ ପୁରା ଗାଁ ବୁଲାଉଛନ୍ତି। ଗଗନ ସାରଙ୍କ ଅବସରକାଳିନ ବିଦାୟ ସମ୍ବର୍ଦ୍ଧନା ଥିଲା ଖୁବ୍ ଭାବପୂର୍ଣ୍ଣ।

ଗଗନ ସାର ଥିଲେ ଅଭାବୀ ଛାତ୍ରଛାତ୍ରୀଙ୍କ ଦରଦି ବନ୍ଧୁ। ନିଜ ଦରମାରୁ ଖାତା କଲମ ବହି ଯୋଗାଇଦିଅନ୍ତି । ବିଦ୍ୟାଳୟର ଉନ୍ନତି ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି। ସେଥିପାଇଁ ମାଧବ ପଂଚାୟତର ଜଣେ ଆଦର୍ଶ ଶିକ୍ଷକ ହୋଇପାରିଛନ୍ତି।