କନକ ବ୍ୟୁରୋ: ଶୋଇଥିବା ବେଳେ ସ୍ୱପ୍ନରେ ଦେଖିଲେ ଘର, ପରିବାର ଓ ଗାଁ ମାଟିକୁ । ଏହି ସ୍ୱପ୍ନ ତାଙ୍କୁ ଦୀର୍ଘ ବାଇଶି ବର୍ଷ ପରେ ଟାଣିଆଣିଛି ଗାଁ ମାଟିକୁ । ଆମେ କହୁଛୁ ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ରାଇଛନ୍ଦା ପଂଚାୟତ ତୋଟାସାହି ର ବିଶ୍ୱମ୍ବର ରାଉତଙ୍କ କଥା । ବାଇଶି ବର୍ଷ ତଳେ ବିଶ୍ୱମ୍ବର ପେଟ ରୋଗରେ ଆକ୍ରାନ୍ତ ହୋଇ ରୋଗ ଗ୍ରସ୍ତ ହେବା ପରେ ଅସ୍ତ୍ରୋପଚାର ହୋଇଥିଲେ । ଡାକ୍ତର ତାଙ୍କୁ ପାଂଚବର୍ଷ ପାଇଁ କିଛି କାମଧନ୍ଦା ନକରି ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଥିଲେ । କାମଧନ୍ଦା ନକରିବାରୁ ବିଶ୍ୱମ୍ବରଙ୍କ ପରିବାର ଅଭାବ ଅନଟନରେ ଚଳୁଥିଲେ । ମାନସିକ ଅଶାନ୍ତିରେ ବିଶ୍ୱମ୍ବର ଘର ଛାଡି ମୁମ୍ବାଇ ଚାଲି ଯାଇଥିଲେ । ସେଠାରେ ଗୋଟିଏ ମରାଠୀ ପରିବାରର ସଦସ୍ୟ ଭଳି ବିଶ୍ୱମ୍ବର ରହିଆସୁଥିଲେ । ପରିବାର ସହିତ ତାଙ୍କର କିଛି ଯୋଗାଯୋଗ ନଥିଲା । ଏପଟେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବିଶ୍ୱମ୍ବରଙ୍କର କିଛି ଖୋଜ ଖବର ମିଳିନଥିଲା । ହେଲେ ଗତ ଚାରିଦିନ ତଳେ ହଠାତ ବିଶ୍ୱମ୍ବର ସ୍ୱପ୍ନରେ ପରିବାର,ଗାଁ ଜନ୍ମମାଟିକୁ ଦେଖିବା ପରେ ଗାଁରେ ଆସି ପହଂଚିଛନ୍ତି ବାଇଶ ବର୍ଷ ପରେ ।

Advertisment