୨୨ ବର୍ଷ ପରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରରୁ ହଟିଲା ଅଂକୁଶ । ଗୋବିନ୍ଦ ଭୁୟାଁ, ଅର୍ଚ୍ଚନା ନାୟକ ଓ ସଦାଶିବ ଦାସ ପାଇବେ ପୁରସ୍କାର

327

କନକ ବ୍ୟୁରୋ : ଓଡିଆ ସାହିତ୍ୟ ଜଗତ ସହ ଜଡିତ ବ୍ୟକ୍ତି ହୁଅନ୍ତୁ ଅବା କବିତାକୁ ଭଲ ପାଉଥିବା ବ୍ୟକ୍ତି କବି ସଦାଶିବ ଦାଶଙ୍କ କବିତା ତ ନିଶ୍ଚୟ ପଢିିଥିବେ । ତାଙ୍କ ରଚିତ ପ୍ରେମିକା ପ୍ରେମିକା କବିତା ପୁସ୍ତକ ୨୦୦୦ ମସିହା ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲା । କବିତା ବିଭାଗ ପାଇଁ ଏହା ଚୟନ ହୋଇଥିଲା  ।

ଡ. ଅର୍ଚନା ନାୟକ । ଓଡିଶା ସାହିତ୍ୟ ଜଗତର ଗୋଟିଏ ପରିଚିତ ନାଁ । ତାଙ୍କ ରଚିତ ଗଳ୍ପ ସଙ୍କଳନ ବହି ଶ୍ରମଣାର ପୃଥ୍ବୀ ପୁସ୍ତକ ୨୦୦୦ ମସିହା ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲା । କ୍ଷୁଦ୍ର ଗଳ୍ପ ଓ ଉପନ୍ୟାସ ବିଭାଗ ପାଇଁ ଏହା ଚୟନ ହୋଇଥିଲା ।

ପୂର୍ୱତନ ମ୍ରୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୀବନୀ ଉପରେ ଲେଖକ ଡ. ଗୋବିନ୍ଦ ଭୂୟାଁ ଲେଖିଥିବା ପୁସ୍ତକ ସାର୍ଥକ ସାରଥୀ ବେଶ ପ୍ରଶଂସା ସାଉଁଟିଥିଲା । ଜୀବନୀ ଓ ଭ୍ରମଣ କାହାଣୀ ବିଭାଗରେ ୨୦୦୦ ମସିହା ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ମନୋନୀତ ହୋଇଥିଲା ଏହି ବହି ।

୨୦୦୦ ମସିହା ପାଇଁ ଉଦ୍ଧିଷ୍ଟ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୦୨ରେ ଘୋଷଣା କରାଯାଇଥିଲା , କିନ୍ତୁ ବିଡମ୍ବନାର କଥା ୨୨ ବର୍ଷ ହୋଇଗଲାଣି ଏଥିରେ ଲାଗିଥିଲା ଅଙ୍କୁଶ ।

୨୦୦୦ ମସିହା ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଥିବା ସାହିତ୍ୟିକଙ୍କୁ ଚୟନକର୍ତା ଚୁଡାନ୍ତ କରିଥିଲେ । ଶେଷରେ ଚୁଡାନ୍ତ ସାହିତ୍ୟିକଙ୍କ ତାଲିକା ପହଂଚିଥିଲା କାର୍ୟନିର୍ୱାହୀ ମଣ୍ଡଳୀ ପାଖରେ । ଆଉ ଏହି ସମୟରେ ଚୁଡାନ୍ତ ହୋଇଥିବା କେତେକ ନିର୍ଧିଷ୍ଟ ସାହିତ୍ୟିକଙ୍କ ଚୟନକୁ ଗ୍ରହଣ କରିନଥିଲେ କାର୍ୟନିର୍ୱାହୀ ମଣ୍ଡଳୀର ତକ୍ରାଳୀନ ଉପସଭାପତି ଉମାଶଙ୍କର ପଣ୍ଡା । ଏହାକୁ ଚ୍ୟାଲେଞ୍ଜ କରି ଏନେଇ ସାରଳା ସାଂସ୍କୃତିକା ପରିଷଦ ଓ ଅନ୍ୟମାନଙ୍କ ତରଫରୁ ହାଇକୋର୍ଟରେ ଦାୟର ହୋଇଥିଲା ମାମଲା । ହାଇକୋର୍ଟ ପୁରସ୍କାର ପ୍ରଦାନ ପ୍ରକ୍ରିୟା ସ୍ଥଗିତ ରଖିବାକୁ ଅନ୍ତରୀତ ନିର୍ଦ୍ଦେଶ ଦେଇଥିଲେ । ୨୦୦୨ରୁ ହାଇକୋର୍ଟରେ ଏହି ମାମଲା ଚାଲିଥିଲା । ୨୨ ବର୍ଷ ପରେ ୨୦୨୪ ଫେବୃଆରୀ ୬ ତାରିଖରେ ମାମଲାର ପୂର୍ଣାଙ୍ଗ ଶୁଣାଣୀ ହୋଇଛି । ଆଉ ଶେଷରେ ପୁରସ୍କାର ପ୍ରଦାନ ଉପରୁ ଅଙ୍କୁଶ ହଟାଇଲେ ହାଇକୋର୍ଟ ।