କନକ ବ୍ୟୁରୋ: ଆସିଲା ଟି-୨୦ କ୍ରିକେଟ୍ ବିଶ୍ୱକପ୍ କାର୍ଯ୍ୟସୂଚୀ ତାଲିକା । ଆଉ ସାମ୍ନାକୁ ଆସିଲା ଏକ ରୋଚକ ତଥ୍ୟ, ୨୦୧୧ ପରଠାରୁ ପ୍ରଥମଥର ପାଇଁ ଗ୍ରୁପ୍ ପର୍ଯ୍ୟାୟରେ ସାମ୍ନାସାମ୍ନି ହେବେ ନାହିଁ ଭାରତ-ପାକିସ୍ତାନ । କିକ୍ରେଟ୍ ବିଶ୍ୱକପ୍ ଫିଭର କ୍ରୀଡାପ୍ରେମୀଙ୍କ ମୁଣ୍ଡରୁ ନ ଓହ୍ଲାଇଥିବାବେଳେ ଆସନ୍ତା ଟି-୨୦ କ୍ରିକେଟ୍ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଆଇସିସି । ଆଉ ୨୦୧୧ ପରଠାରୁ ପ୍ରଥମ ଥର ପାଇଁ ବିଶ୍ୱ କ୍ରିକେଟ୍ ଇତିହାସର ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ ପ୍ରଥମ ଗ୍ରୁପ୍ ପର୍ଯ୍ୟାୟରେ ସାମ୍ନାସାମ୍ନି ହେବେ ନାହିଁ ।
It's now over to the men's! Here are the groups for the first round and Super 12 of the @ICC Men's #T20WorldCup 2020! pic.twitter.com/JBhCkXkUmx
— ICC T20 World Cup (@T20WorldCup) January 28, 2019
ଆଇସିସି ଦ୍ୱାରା ଜାରି ହୋଇଥିବା କାର୍ଯ୍ୟସୂଚୀ ମୁତାବକ୍ (ପୁଲ୍-ଏ)ରେ ପାକିସ୍ତାନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ଥିବାବେଳେ (ପୁଲ୍-ବି)ରେ ରହିଛି ଭାରତ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ । ତେଣୁ ଆସନ୍ତା ୨୦୨୦ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ହେବାକୁଥିବା ଏହି ଟି-୨୦ ବିଶ୍ୱକପରେ ଉଭୟ ଏସିୟ ଦଳ ଭାରତ-ପାକିସ୍ତାନକୁ ୨୦୧୧ ପରଠାରୁ ପ୍ରଥମ ଥର ପାଇଁ ଗ୍ରୁପ୍ ପର୍ଯ୍ୟାୟ ମୁକାବିଲାରେ ସମ୍ମୁଖୀନ ହେବେ ନାହିଁ ।
ଅନ୍ୟପଟେ ଏହି ବିଶ୍ୱକପ୍ରେ ମୋଟ୍ ୧୬ଟି ଟିମ୍ ଅଂଶଗ୍ରହଣ କରିଥିବେଳେ ୨ଟି ପୁଲ୍ ରେ ଥବା ୮ଟି ଟିମ୍ ସିଧାସଳଖ କ୍ୱାଲିଫିକେସନ ପାଇ ସାରିଛନ୍ତି । ବାକି ୮ଟି ଟିମକୁ ଆଇସିସିର ର୍ୟାଙ୍କିଙ୍ଗ୍ ନେଇ ୨ଟି ରାଉଣ୍ଡରେ ମ୍ୟାଚ୍ ଖେଳିବାକୁ ପଡ଼ିବ ।