ସରପଂଚ ପଦ ପାଇଁ ୨ ବର୍ଷର ଲଢ଼େଇ । ଶେଷରେ ସୀତାରାଣି ସେନାପତିଙ୍କୁ ବିଜୟୀ ଘୋଷଣା କଲେ ବାଲେଶ୍ୱର ଜିଲ୍ଲା ଦୌରାଜଜ୍

3,471

କନକ ବ୍ୟୁରୋ : ସରପଂଚ ପଦ ପାଇଁ ନ୍ୟାୟାଳୟରେ ୨ ବର୍ଷର ଲଢ଼େଇ । ଶେଷରେ ବାଲେଶ୍ୱର ଭୋଗରାଇ ବ୍ଲକ ନାରାୟଣ ମହାନ୍ତି ପଡ଼ିଆ ପଂଚାୟତ ସରପଂଚ ଭାବେ ସୀତାରାଣି ସେନାପତିଙ୍କୁ ବିଜୟୀ ଘୋଷଣା କରିଛନ୍ତି ବାଲେଶ୍ୱର ଜିଲ୍ଲା ଦୌରାଜଜ୍ । ୨୦୨୨ ପଂଚାୟତ ନିର୍ବାଚନରେ ୪ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ ସୀତାରାଣି ସେନାପତି । ସରପଂଚ ନେଇ ତାଙ୍କ ନାମ ମଧ୍ୟ ଘୋଷଣା ସରିଥିଲା । କିନ୍ତୁ ପ୍ରଶାସନିକ ଚାପରେ ପୁନଃ ଗଣତି କରାଯାଇ ପ୍ରତିଦ୍ୱନ୍ଦି ରାଧାରାଣୀ ବେହେରାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ଯାହାକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୀତାରାଣି । ଏବେ ୨ବର୍ଷ ପରେ ଆସିଛି କୋର୍ଟଙ୍କ ରାୟ । ଆଉ ସୀତାରାଣୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି କୋର୍ଟ ।