କନକ ବ୍ୟୁରୋ: ୧୮ ବର୍ଷ ପରେ ମହାକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି। ଚନ୍ଦ୍ରମା ପଛରେ ଲୁଚିଲେ ଶନି ଗ୍ରହ। ରାତି ସାଢେ ଗୋଟାଏରୁ ରାତି ୨ ଟା ୩୭ ମିନିଟ ମଧ୍ୟରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଘଟଣା ଜ୍ୟୋର୍ତିବିଜ୍ଞାନୀଙ୍କ ପାଇଁ ଏକ ବିରଳ ମହାଜାଗତିକ ଦୃଶ୍ୟ । ସାଧାରଣତଃ ସୂର୍ୟ୍ୟପରାଗରେ ଚନ୍ଦ୍ର ସୂର୍ୟ୍ୟଙ୍କୁ ଘୋଡ଼ାଇଥାଏ। କିନ୍ତୁ ଶନି ଗ୍ରହ ସାମ୍ନାରେ ଚନ୍ଦ୍ରଙ୍କ ଚଳନ ହେବା ଫଳରେ ଶନିଗ୍ରହ କିଛି ସମୟପାଇଁ ଅଦୃଶ୍ୟ ହୋଇଥିଲେ। ଦେଶରେ ବିଭିନ୍ନ ସ୍ଥାନରେ ଏହା ଦୃଶ୍ୟମାନ ହୋଇଛି। ଏହାକୁ ଶନି ଚନ୍ଦ୍ରଗ୍ରହଣ ବୋଲି କିଛି କହିଛନ୍ତି।