୧୬୯ ଦିନ ପରେ ଗଡିଲା ଦିଲ୍ଲୀ ମେଟ୍ରୋ । ୟେଲୋ ୟେଲୋ ଲାଇନ ଉପରେ କରୋନା ମହାମାରୀ ଭିତରେ ଗଡିଲା ଟ୍ରେନ : ପ୍ରଥମ ଦିନରେ ଯାତ୍ରା କଲେ ସାଢେ ସାତ ହଜାର ଯାତ୍ରୀ

95

କନକ ବ୍ୟୁରୋ : କରୋନା ମହାମାରୀ କାରଣରୁ ୧୬୯ ଦିନ ହେବ ବନ୍ଦ ରହିଥିବା ଦିଲ୍ଲୀ ମେଟ୍ରୋ ଟ୍ରେନ୍ ଆଜିଠାରୁ ପୁଣି ଥରେ ଗଡିଛି । ସକାଳ ୭ଟାରେ ସମୟପୁର ବାଦଲିରୁ ହୁଡ୍ଡା ସିଟି ସେଂଟର ଗଡିଛି ଟ୍ରେନ୍ । ୪୯ କିଲୋମିଟର ୟେଲୋ ଲାଇନ ଉପରେ ଏହି ଟ୍ରେନ୍ ଯାତ୍ରା କରିଛି । ଏହି ରୁଟରେ ୩୭ ଷ୍ଟେସନ ରହିଛି । ସେଗୁଡିକ ମଧ୍ୟରୁ ୨୦ଟି ଷ୍ଟେସନ ଅଂଡରଗ୍ରାଉଣ୍ଡରେ ଥିବାବେଳେ ୧୭ଟି ଷ୍ଟେସନ ଉପରେ ରହିଛି । ଏହି ରୁଟରେ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୪ଟାରୁ ୮ ଟା ପର୍ଯ୍ୟନ୍ତ ଟ୍ରେନ୍ ଚାଲିବ । ଅର୍ଥାତ ସକାଳେ ୪ ଘଂଟା ଓ ସନ୍ଧ୍ୟାରେ ୪ ଘଂଟା ଚାଲିବ । ପାଂଚ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୨ ପରେ ଅନ୍ୟ ରୁଟରେ ସମସ୍ତ ସୁରକ୍ଷାକୁ ନଜରରେ ରଖି ମେଟ୍ରୋ ସେବା ଚାଲୁ ହେବ ।

ମେଟ୍ରୋରେ ଯାତ୍ରା କରିବା ପାଇଁ ଡିଏମଆରସି ଗାଇଡଲାଇନ ଜାରି କରିଛି । ଏଥିରେ କୌଣସି କାରଣ ନଥାଇ ଯାତ୍ରା ନକରିବା ପାଇଁ ଓ ଯାତ୍ରା ସମୟରେ କାହା ସହ କଥା ନହେବାକୁ କୁହାଯାଇଛି । ସମସ୍ତ ଯାତ୍ରୀ ୧୫ ରୁ ୩୦ ମିନିଟ ପର୍ଯ୍ୟନ୍ତ ସମୟ ପୂର୍ବରୁ ଯାତ୍ରା କରିବାକୁ କୁହାଯାଇଛି । ଯାତ୍ରା ସମୟରେ ୩୦ ମିିଲିଲିଟରରୁ ଅଧିକ ସାନିଟାଇଜର ନେବାକୁ ଅନୁମତି ଦିଆଯାଇ ନାହିଁ । ସମସ୍ତ ଯାତ୍ରୀଙ୍କୁ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ କୁହାଯାଇଛି । ଯାତ୍ରୀମାନେ ସାଥିରେ ସ୍ମାର୍ଟ କାର୍ଡ ନେଇ ଯାତ୍ରା କରିବାକୁ କୁହାଯାଇଛି । ଷ୍ଟେସନରେ ଟୋକନ ଉପଲବ୍ଧ ହେବ ନାହିଁ । କୌଣସି ପ୍ରକାରର ନଗଦ ଟଙ୍କା କାରବାର ହେବ ନାହିଁ ।