ମରଣ ଯନ୍ତା ପାଲଟିଛି କେନ୍ଦୁଝରର ୨୦ ନମ୍ବର ଜାତୀୟ ରାଜପଥ । ଦୀର୍ଘ ୧୨ ବର୍ଷ ହେବ ଚାଲିଛି ରାସ୍ତାକାମ, ନୀୟମିତ ଘଟୁଛି ଦୁର୍ଘଟଣା

ମରଣ ଯନ୍ତା ପାଲଟିଛି କେନ୍ଦୁଝରର ୨୦ ନମ୍ବର ଜାତୀୟ ରାଜପଥ । ଦୀର୍ଘ ୧୨ ବର୍ଷ ହେବ ଚାଲିଛି ରାସ୍ତାକାମ, ନୀୟମିତ ଘଟୁଛି ଦୁର୍ଘଟଣା

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲାର ଜୀବନ ରଖା ଭାବେ ପରିଚିତ ଜାତୀୟ ରାଜପଥ ୨୦ ଓ ୫୨୦ ଏବେ ମରଣଯନ୍ତା ପାଲଟିଛି। ବର୍ଷକୁ ଏହି ରାଜପଥରେ ଯାଉଛି ୩୦୦ ରୁ ଅଧିକ ଜୀବନ। ଏହି ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଯାଜପୁର ଜିଲ୍ଲାର ପାଣିକୋଇଲି ଠାରୁ ଆରମ୍ଭ କରି କେନ୍ଦୁଝର ଦେଇ ରାଜା ମୁଣ୍ଡା ଯାଏଁ ୨୦୧୧ ମସିହାରୁ ଆରମ୍ଭ ହୋଇଥିଲା । ହେଲେ ଦୁଃଖର ବିଷୟ ଏଯାବତ ଏହି ଜାତୀୟ ରାଜପଥ ଅଧାପନ୍ତରିଆ ଭାବେ ପଡି ରହିଛି। ବିଶେଷ କରି ଗୋଟିଏ ପଟେ ଶାଳପଡା ଠାରୁ ବେଲବାହାଳି କୁଶେଇ ବ୍ରିଜ୍ ପର୍ୟ୍ୟନ୍ତ ରାଜପଥର ୨କିମି ରାସ୍ତା ଏବେ ଏକ ଅଘୋଷିତ ବ୍ଲାକ୍ ସ୍ପଟ୍ରେ ପରିଣତ ହୋଇଛି। ନିୟମିତ ଭାବେ ଏଠାରେ ଘଟିଚାଲିଛି ଦୁର୍ଘଟଣା। ନିୟନ୍ତ୍ରଣ ହରାଇ ଗାଡ଼ିରେ ଗାଡ଼ି ଧକ୍କା ହୋଇ ଅନେକଙ୍କ ମୃତ୍ୟୁ ଘଟୁଛି। ବିଶେଷ କରି ଲୁହାପଥ ବୋଝେଇ ଭାରିଯାନ ସହ ଅନେକ ଛୋଟ ବଡ ଗାଡିର ଯାତାୟତକୁ ନେଇ ବ୍ୟସ୍ତବହୁଳ ଏହି ରାସ୍ତା ଏବେ ଅସୁରକ୍ଷିତ ହୋଇ ପଡ଼ିଛି।

କେନ୍ଦୁଝର ସହ ମୟୁରଭଞ୍ଜ, ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ସଂଯୋଗ କରୁଥିବା ଶାଳପଡା ଛକ ଓଭରବ୍ରିଜ୍ ଠାରେ ରାସ୍ତାର ଗୋଟିଏ ପାର୍ଶ୍ୱ କାମ ଆଜିଯାଏଁ ଅସମ୍ପୂର୍ଣ୍ଣ ରହିଛି। ଯାହା ଫଳରେ ଏହିଠାରେ ରାସ୍ତାର ଉଭୟ ପାର୍ଶ୍ବରୁ ଆସୁଥିବା ଗାଡି ଗୁଡିକ ଡାଇଭଟ ହୋଇ ଗୋଟିଏ ରାସ୍ତାରେ ଯିବାକୁ ପଡୁଛି। ଅନ୍ୟପଟେ ଶାଳପଡା ଠାରେ ଏକ ଅଣ୍ଡରପାସ, ଘଷିପୁରା ବସଷ୍ଟାଣ୍ଡ କୁ ସଂଯୋଗ କରୁଥିବା ଭିଆଇପି ରାସ୍ତା ରେ ଏକ ଗୋଲେଇ ଛକ ଓ ଆନନ୍ଦପୁରକୁ ଯିବା ପାଇଁ ନିର୍ମାଣ ହୋଇଥିବା ଅଣ୍ଡରପାସକୁ ଚଉଡା କରିବାର ଦାବି ସ୍ଥାନୀୟ ଲୋକେ ରଖି ଆସୁଥିବା ବେଳେ ଆଗକୁ ଏନେଇ ବିରାଟ ଜନଆନ୍ଦୋଳନ ମୁଣ୍ଡ ଟେକୁଥିବା ଦେଖିବାକୁ ମିଳିଛି।

ପୂର୍ବରୁ ଭଲ ରାସ୍ତାଟିଏ ପାଇଁ ବାରମ୍ବାର ଆନ୍ଦୋଳନ ପରେ ନିର୍ମାଣ ହୋଇଥିଲା କେନ୍ଦୁଝର ଜିଲ୍ଲା ପାଇଁ ଏନ ଏଚ୍ ୨୦ ହେଲେ ବର୍ତମାନ ଅଧାପନ୍ତରିଆ ହୋଇ ପଡିରହିଥିବା ଏହି ରାସ୍ତା ଏବେ ସ୍ଥାନୀୟ ବାସୀଙ୍କ ପାଇଁ ପାଲଟିଛି ମୃତ୍ୟୁର ଜନ୍ତା। ତୁରନ୍ତ ରାସ୍ତା କାମ ସମ୍ପୁର୍ଣ୍ଣ ପାଇଁ କରିବା ପାଇଁ ଦାବି କରିଛନ୍ତି ସାଧାରଣ ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe