କନକ ବ୍ୟୁରୋ : କଟକ ବଡ ମେଡିକାଲରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗର ସପ୍ତାହେ ବିତିଗଲାଣି । ହେଲେ ଏ ଯାଏଁ ଅଭିଯୁକ୍ତ ଡାକ୍ତରଙ୍କ କଲାକାରନାମା ସାମ୍ନାକୁ ଆସିପାରିଲାନି । ନା ଏ ବାବଦରେ ପୁଲିସ କିଛି କହୁଛି ନା ମେଡିକାଲ କର୍ତ୍ତୃପକ୍ଷ କିଛି କହୁଛନ୍ତି । କଣ ନିୟମ ଥିଲା ଓ ଡାକ୍ତର କଣ ଉଲ୍ଲଙ୍ଘନ କରିଥିଲେ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ଆଇନ ଅନୁସାରେ
-ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କ୍ରିମିନାଲ ପ୍ରୋସିଡିଂ ଆବଶ୍ୟକ
-କ୍ରିମିନାଲ ପ୍ରୋସିଡିଂ କରାଯାଇ ଡାକ୍ତରଙ୍କୁ ଗିରଫ କରାଯାଇଛି
-କିନ୍ତୁ ଏ ଯାଏଁ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ହୋଇନାହିଁ
ଏବେ ଘଟଣାର ତଦନ୍ତ ପାଇଁ ଗଠିତ ଟିମର ତଦନ୍ତ ସରିଛି । କିନ୍ତୁ ଏସସିବି ମେଡିକାଲ କର୍ତ୍ତୃପକ୍ଷ କିମ୍ବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କାର୍ୟ୍ୟାନୁଷ୍ଠାନ ବାବଦରେ ଏଯାଏଁ ଚୁପ୍ ରହିବା ନେଇ ପ୍ରଶ୍ନ ଉଠିଛି ।
ଘରୋଇ କ୍ଲିନିକରେ କନକ ନ୍ୟୁଜର ଅନୁସନ୍ଧାନ
ବଡ ମେଡିକାଲରେ କାହିଁକି ହେଉଛି ଉଲ୍ଲଙ୍ଘନ?
ଏକ ଘରୋଇ ସ୍ବାସ୍ଥ୍ୟ ପରୀକ୍ଷା କେନ୍ଦ୍ରରେ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କିଭଳି ଓ କେଉଁ ପରିସ୍ଥିତିରେ କରାଯାଉଛି ତାହା ଜାଣିବା ଲାଗି କଟକ ଚୌଧୁରୀ ବଜାରର ଏକ ପରୀକ୍ଷା କେନ୍ଦ୍ରକୁ ଯାଇଥିଲା କନକ ନ୍ୟୁଜ ଟିମ । ଏଠାରେ ପୁରୁଷ ଡାକ୍ତର ମହିଳା ଆଟୋଣ୍ଡାଣ୍ଟ ଉପସ୍ଥିତିରେ ମହିଳାଙ୍କ ଚିକିତ୍ସା କରୁଛନ୍ତି । କିନ୍ତୁ ଏସସିବି ମେଡିକାଲ କଲେଜରେ ଏହି ନିୟମର ଉଲ୍ଲଙ୍ଘନ ହୋଇଛି । ତେଣୁ କାର୍ୟ୍ୟାନୁଷ୍ଠାରେ ବିଳମ୍ୱ କାହିଁକି ହେଉଛି ବୋଲି ପ୍ରଶ୍ନ କରିଛି ମେଡିକାଲ ବଂଚାଅ କମିଟି ।