ଅଫତାବର ଚାଲିଛି ପଲିଗ୍ରାଫି ଟେଷ୍ଟ । ଦିଲ୍ଲୀ, ମୁମ୍ବାଇ ପୋଲିସ ଓ ଡାକ୍ତରୀ ଦଳର ଉପସ୍ଥିତିରେ କରାଯାଉଛି ପଲିଗ୍ରାଫି ଟେଷ୍ଟ 

76

କନକ ବ୍ୟୁରୋ: ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅଫତାବର ଚାଲିଛି ପଲିଗ୍ରାଫି ଟେଷ୍ଟ । ଦିଲ୍ଲୀ, ମୁମ୍ବାଇ ପୋଲିସ ଉପସ୍ଥିତିରେ ଚାଲିଛି ଅଫତାବର ପଲିଗ୍ରାଫି ଟେଷ୍ଟ । ଆଜି ଦ୍ୱିତୀୟ ଥର ପାଇଁ ପଲିଗ୍ରାଫି ଟେଷ୍ଟ କରାଯାଉଛି । ଡାକ୍ତର ଟିମ୍ ଉପସ୍ଥିତ ରହି ଅଫତାବର ସ୍ୱାସ୍ଥ୍ୟବସ୍ଥା ବି ଯାଞ୍ଚ କରୁଛନ୍ତି । ଏହି ଟେଷ୍ଟ ପରେ ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ଅନେକ କଥା ସାମ୍ନାକୁ ଆସିପାରେ । କିପରି ଓ କାହିଁକି ଶ୍ରଦ୍ଧାକୁ ଏଭଳି ନିର୍ମମ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ଅଫତାବ, ପଲିଗ୍ରାଫି ଟେଷ୍ଟରେ ସତ ଉଗାଳିପାରେ ସଇତାନ । ୬ ମାସ ତଳେ ଶ୍ରଦ୍ଧାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ପ୍ରେମିକ ଅଫତାବ । ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ୩୫ ଖଣ୍ଡ କାଟିଥିଲା । ତେବେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା କଥା ଅଫତାବ ସ୍ୱୀକାର କରିଥିବାବେଳେ, କେଉଁ ପରିସ୍ଥିତିରେ ଏବଂ କାହିଁକି ହତ୍ୟା କରିଥିଲା ତାହା ବର୍ତମାନ ସୁଦ୍ଧା ସଠିକ୍ ଭାବେ ଜଣା ପଡିନାହିଁ । ସେପଟେ ହତ୍ୟାକାଣ୍ଡକୁ ପ୍ରମାଣ କରିବା ପାଇଁ କୋର୍ଟ ଅଫତାବର ପଲିଗ୍ରାଫି ଟେଷ୍ଟ ପାଇଁ ଦେଇଥିଲେ ଅନୁମତି । ଏହି ଆଧାରରେ ଚାଲିଛି ଅଫତାବର ପଲିଗ୍ରାଫି ଟେଷ୍ଟ ।