କନକ ବ୍ୟୁରୋ: ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ କୋର୍ଟରେ ବଡ଼ ସ୍ୱୀକାରୋକ୍ତି କରିଛି । ଶ୍ରଦ୍ଧାକୁ ହିଟ୍ ଅଫ୍ ଦି ମୁମେଣ୍ଟରେ ହତ୍ୟା କରିଥିବା ଜଜଙ୍କ ଆଗରେ ମାନିଛି ଅଫତାବ । ଅର୍ଥାତ୍ ଯାହା ଘଟିଲା, ତାହା ରାଗରେ ଥିଲା ବୋଲି ଅଫତାବ କୋର୍ଟଙ୍କୁ କହିଛି ।
ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅଫତାବକୁ କୋର୍ଟରେ ହାଜର କରାଯାଇଥିଲା । ପୋଲିସ୍ ଦ୍ୱାରା ରେକର୍ଡ ହୋଇଥିବା ବୟାନରେ ଅଫତାବ ଜଜଙ୍କ ଆଗରେ ଏହି ସ୍ୱୀକାର କରିଛି । ସେପଟେ ଅଫତାବଙ୍କ ରିମାଣ୍ଡ ଅବଧି ଆଉ ଚାରିଦିନ ବଢ଼ାଇବାକୁ ପୋଲିସ୍ ଆବେଦନ କରିଥିଲା । ଦିଲ୍ଲୀ ସାକେତ କୋର୍ଟ ମଧ୍ୟ ଅଫତାବର ପୋଲିସ୍ କଷ୍ଟଡି ଚାରିଦିନ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶ୍ରଦ୍ଧା ହତ୍ୟାକାଣ୍ଡର ତଦନ୍ତ ପାଇଁ ପୋଲିସ୍ ୧୪ ଜଣିଆ ଟିମ୍ ଗଠନ କରିଛି । ସୋମବାର ଅଫତାବର ନାର୍କୋ ଟେଷ୍ଟ ହୋଇପାରିନଥିଲା । କାରଣ ନାର୍କୋ ଟେଷ୍ଟ ପୂର୍ବରୁ ଅଫତାବର ପଲିଗ୍ରାଫ ଟେଷ୍ଟ ହେବ । ଦିଲ୍ଲୀ ପୋଲିସ୍ ମଧ୍ୟ ସୋମବାର କୋର୍ଟଙ୍କୁ ଅଫତାବଙ୍କର ପଲିଗ୍ରାଫ ଟେଷ୍ଟ କରାଇବାକୁ ନିବେଦନ କରିଥିଲେ । ଆଉ ଅଭିଯୁକ୍ତ ମଧ୍ୟ ଏଥିରେ ରାଜି ହୋଇଥିବା ଜଣାପଡ଼ିଛି ।
ଅଫତାବ ମାନିଲା ସତ
- ଜଜଙ୍କ ଆଗରେ ସତ ମାନିଲା ଅଫତାବ
- ଶ୍ରଦ୍ଧାଙ୍କୁ ମାରିଥିବା ସ୍ୱୀକାର କଲା ଅଫତାବ
- ‘ହିଟ୍ ଅଫ୍ ଦି ମୁମେଂଟ’ରେ ଶ୍ରଦ୍ଧାଙ୍କୁ ହତ୍ୟା
- ଯାହାବି ଭୁଲ କରିଛି, ତାହା ରାଗରେ ଥିଲା
- ପୋଲିସକୁ ତଦନ୍ତରେ କରୁଛି ସହଯୋଗ
- ସବୁ ତଥ୍ୟ ଦେବି, କିନ୍ତୁ କିଛି କଥା ମନେ ପଡ଼ୁନି
- ହତ୍ୟା ପାଇଁ ବ୍ୟବହୃତ ହୋଇଥିଲା ଆରି ଓ ବ୍ଲେଡ
- ମାରଣାସ୍ତ୍ରକୁ ଡିଏଲଏଫ୍ ଫେଜ୍-୩ରେ ଥିବା ବୁଦାରେ ଫୋପାଡ଼ିଥିଲା
- ଦକ୍ଷିଣ ଦିଲ୍ଲୀର ମେହରୁଲିର ୧୦୦ ମିଟର୍ ଦୂରରେ ଫୋପାଡ଼ିଥିଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2022/11/465.jpg)