ଟି-୨୦ ବିଶ୍ୱକପ୍ ସେମି ଫାଇନାଲରେ ହାରିଲା ପାକିସ୍ତାନ । ଆଫଗାନିସ୍ତାନରେ ବାଣ ଫୁଟାଇବା ସହ ନାଚ ଗୀତ କରି ସେଲିବ୍ରେସନ୍

592

କନକ ବ୍ୟୁରୋ : ପାକିସ୍ତାନ ହାରିଲା, ଆଫଗାନିସ୍ତାନ ନାଚିଲା । ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ପାକିସ୍ତାନ ପରାସ୍ତ ହେବା ପରେ ଆଫଗାନିସ୍ତାନରେ ସେଲିବ୍ରେସନ୍ । ବାଣ ଫୁଟାଇବା ସହ ନାଚ ଗୀତ କରି ସେଲିବ୍ରେସନ୍ କରିଛନ୍ତି । ଜଲାଲାବାଦରୁ ଏପରି ଦୃଶ୍ୟ ଆସିଛି । କିପରି ଲୋକେ ବାଣ ଫୁଟାଇବା ସହ ନାଚ ଗୀତ କରୁଛନ୍ତି ତାହାର ଭିଡିଓ ସାମ୍ନାକୁ ଆସିଛି । ଆଫଗାନିସ୍ତାନ ଲୋକେ କହିଛନ୍ତି ସେମାନେ ପାକିସ୍ତାନର ପରାଜୟକୁ ଅପେକ୍ଷା କରି ରହିଥିଲେ । ଗତକାଲି ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନର ଦ୍ୱିତୀୟ ସେମିଫାଇନାଲ ମୁକାବିଲା ହୋଇଥିଲା । ଏଥିରେ ପରାସ୍ତ ହୋଇଥିଲା ପାକିସ୍ତାନ ।

 ବିଶେଷ କରି ବ୍ୟାଟ୍ସମ୍ୟାନ୍‌ଙ୍କ ଦୁଃସ୍ବପ୍ନ ପାଲଟିଥିବା ପାକିସ୍ତାନୀ ଦ୍ରୁତ ବୋଲର ସାହିନ ସାହ ଆଫ୍ରିଦିଙ୍କୁ ହ୍ୟାଟ୍ରିକ୍ ଛକା ମାରି ୱେଦ୍ ୬ ବଲ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଫାଇନାଲ୍ ଟିକେଟ ଉପହାର ଦେବା ଗୁରୁବାର ସେମିଫାଇନାଲର ପ୍ରମୁଖ ଆକର୍ଷଣ ଥିଲା । ୨୦୧୦ ପରେ ଅଷ୍ଟ୍ରେଲିଆର ଏହା ଦ୍ବିତୀୟ ଥର ଫାଇନାଲ୍‌ ପ୍ରବେଶ। ରବିବାର ଖେଳାଯିବାକୁ ଥିବା ଫାଇନାଲ୍‌ରେ ଅଷ୍ଟ୍ରେଲିଆ ପଡ଼ୋଶୀ ନ୍ୟୁଜିଲାଣ୍ଡକୁ ଭେଟିବ । ପାକିସ୍ତାନ ବିଦା ହେବା ପରେ କିନ୍ତୁ ଚଳିତ ବିଶ୍ବକପ୍‌ରେ ଏସୀୟ ଦାବିଦାରି ସମାପ୍ତ ହୋଇଯାଇଛି। ୱେଦ୍ ଆଶାଜନକ ଭାବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ।