କନକ ବ୍ୟୁରୋ  : ଆବୁଧାବିରେ ରବିବାର ଖେଳାଯାଉଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଗ୍ରୁପ୍‌-୨ର ଦୁଇଟି ମ୍ୟାଚ ମଧ୍ୟରୁ ପ୍ରଥମ ମ୍ୟାଚରେ  ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ମୁକାବିଲା ହେଉଛି। ଆଫଗାନିସ୍ତାଭନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ବୋଲି ନିଷ୍ପତ୍ତି ନେଇଛି। ଆଫାଗାନିସ୍ତାନ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। ସରାଫୁଦ୍ଦିନ୍‌ ଅସ୍ରଫଙ୍କ ବଦଳରେ ସ୍ପିନର ମୁଜୀବ ଉର୍ ରହମାନଙ୍କୁ ଦଳରେ ସାମିଲ୍ କରାଯାଇଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳ ପୂର୍ବ ଥର ଭଳି ସମାନ ରହିଛି।

Advertisment

ଭାରତୀୟ ଦଳ ସହିତ ଏହାର ପ୍ରଶଂସକମାନେ  ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ୍ ମ୍ୟାଚ୍‌ ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି। କାରଣ ଏହି ମ୍ୟାଚର ଫଳାଫଳ ଉପରେ ଭାରତର ଭାଗ୍ୟ ନିର୍ଣ୍ଣୟ କରିବ। ନ୍ୟୁଜିଲାଣ୍ଡ୍ ଜିତିଲେ ସିଧାସଳଖ ଯୋଗ୍ୟତା ଅର୍ଜନ କରି ସେମିଫାଇନାଲ୍ ପହଞ୍ଚିଯିବ। କିନ୍ତୁ ଆଫଗାନିସ୍ତାନ ଜିତିଲେ ନିଜ ସୁଯୋଗ ସହିତ ଭାରତ ସମ୍ଭାବନାକୁ ବି କାଏମ ରଖିବ। ଏଭଳି କ୍ଷେତ୍ରରେ ସୋମବାର ଖେଳାଯିବାକୁ ଥିବା ଭାରତ--ନାମ୍ବିଆ ମ୍ୟାଚ୍‌ର ଫଳାଫଳକୁ ଉଭୟ ଭାରତ ଓ ଆଫଗାନିସ୍ତାନ ଅପେକ୍ଷା କରିବେ। ରବିବାର ଆଫଗାନିସ୍ତାନ ଜିତିଲେ ଭାରତକୁ ମଧ୍ୟ ଉନ୍ନତ ନେଟ୍ ରନ୍‌ ରେଟରେ ଜିତିବାକୁ ହେବ। ଭାରତ କେବଳ ଏହି ଗ୍ରୁପ୍‌ର ନୁହେଁ ଶେଷ ଲିଗ୍‌ ଖେଳିବାକୁ ଯାଉଥିବାରୁ ନିଜ ସମ୍ଭାବନା ଓ ସୁଯୋଗ ସମ୍ପର୍କରେ ସ୍ପଷ୍ଟ ଚିତ୍ର ପାଇସାରିଥିବ। ରବିବାର ଯଦି ନ୍ୟୁଜିଲାଣ୍ଡ୍ ଜିତିଯିବ ତାହାଲେ ସୋମବାରର ଭାରତ-ନାମ୍ବିଆ ମୁକାବିଲା କେବଳ ଏକ ଔପଚାରିକତା ହୋଇରହିଯିବ।

ତେବେ ଆଫଗାନିସ୍ତାନ ଟସ୍ ଜିତି ବ୍ୟାଟିଂ କରିବା ନିଷ୍ପତ୍ତି  ଭାରତ ପାଇଁ ଶୁଭସଂକେତ ବୋଲି କୁହାଯାଉଛି । କାରଣ ଆବୁଧାବିରେ ଆଫଗାନିସ୍ତାନର ପ୍ରଦର୍ଶନ ବେଶ ଭଲ ରହିଛି । ପୂର୍ବରୁ ଦଳ ଏଠାରେ ଅନେକ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଏହି ଧାରା ବଜାୟ ରଖିବାକୁ ଚାହିଁବ ନବିଙ୍କ ଟିମ୍ । ଖାସକରି ଶେହଜାଦ, ରସିଦ ଖାନ, ମୁଜିବ-ଉର-ରେହମାନ ଓ ମହମ୍ମଦ ନବିଙ୍କ ପ୍ରଦର୍ଶନ ଉପରେ କ୍ରିକେଟପ୍ରେମୀଙ୍କ ନଜର ରହିବ ।