କନକ ବ୍ୟୁରୋ : ଗୋଟିଏ ସପ୍ତାହ ମଧ୍ୟରେ ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର ୧୦ ଟି ରାଜ୍ୟ ଦଖଲ କରିସାରିଛନ୍ତି । ଏହାସହ ଆଫଗାନିସ୍ତାନର ମୁ୍ଖ୍ୟ ସହର ଗଜନୀ ଦଖଲ କରି ଏବେ କାବୁଲ ଅଭିମୂଖେ ଯାତ୍ରା ଆରମ୍ଭ କରିଛି ତାଲିବାନ । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏବେ ତାଲିବାନ ଆତଙ୍କବାଦୀମାନେ କାବୁଲ ସହରରୁ ମାତ୍ର ୧୫୦ କିଲୋମିଟର ଦୂରରେ ରହିଛନ୍ତି । ତେଣୁ ଖୁବଶୀଘ୍ର କାବୁଲ ଦଖଲ କରିବେ ବୋଲି ଅନୁମାନ କରାଯାଉଛି । ଏହାପରେ ପୁରା ଆଫଗାନିସ୍ତାନ ତାଲିବାନ ଦଖଲକୁ ଆସିଯିବ ।
ଅନ୍ୟପଟେ ତାଲିବାନୀଙ୍କ ସହ କଥାବାର୍ତ୍ତା କରୁଥିବା ଆଫଗାନିସ୍ତାନ ସରକାରୀ ଅଧିକାରୀ ଏବେ ହିଂସା ବନ୍ଦ କରିବାକୁ ତାଲିବାନୀମାନଙ୍କୁ ଏକ ଅଫର ଦେଇଛନ୍ତି । ନ୍ୟୁଜ ଏଜେନ୍ସି ଏଏଫପି ମୁତାବକ ଆଫଗାନ ସରକାର ତାଲିବାନୀ ମାନଙ୍କ କ୍ଷମତାରେ ବୁଝାମଣା କରିବାକୁ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ହିଂସା ବନ୍ଦ କରାଯାଇ ପାରିବ ବୋଲି ଆଫଗାନ ସରକାର ଆଶା କରିଛନ୍ତି ।
Afghan government negotiators in Qatar have offered the Taliban a power-sharing deal in return for an end to fighting in the country: AFP News Agency
— ANI (@ANI) August 12, 2021
କହିରଖୁ କି ଗୁରୁବାର ଦିନ ତାଲିବାନ ପକ୍ଷରୁ ଆଫଗାନିସ୍ତାନର ରାଜଧାନୀ ଗଜନୀ ଦଖଲ କରିଛି । ଗତ କାଲିପର୍ଯ୍ୟନ୍ତ ଏଠାରେ ଯେଉଁ ରାଜ୍ୟପାଳ ଭବନ, ପୋଲିସ ମୁ୍ଖ୍ୟାଳୟ ଓ ଜେଲ ସରକାରଙ୍କ ଅଧିନରେ ଥିଲା ତାହାକୁ ତାଲିବାନୀ ଆତଙ୍କବାଦୀମାନେ ଦଖଲ କରି ନେଇଛନ୍ତି । ଏହାପରେ ଆଫଗାନିସ୍ତାନର ସାଧାରଣ ଲୋକମାନଙ୍କର ନିଜ ସରକାରଙ୍କ ଉପରେ ଯେଉଁ ଭରଶା ଥିଲା ତାହା ଏବେ ତୁଟିବାରେ ଲାଗିଛି । ଗଜନୀ ରାଜ୍ୟ ପରିଷଦ ପ୍ରମୁଖ ନସୀର ଅହମ୍ମଦ ଫକୀର ଗଣମାଧ୍ୟମକୁ କହିଛନ୍ତି କି ଗଜନୀରେ ଏବେ ତାଲିବାନ ଓ ଆଫଗାନିସ୍ତାନ ସେନା ମଧ୍ୟରେ ଜୋରଦାର ଲଢେଇ ଚାଲିଛି । ହେଲେ ଅଧିକାଂଶ ଅଞ୍ଚଳ ଏବେ ଆତଙ୍କବାଦୀଙ୍କ କବଜାକୁ ଚାଲିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/index.jpg)