ଟି-୨୦ ବିଶ୍ୱକପ : ଆଜି ଆଫଗାନିସ୍ତାନକୁ ଭେଟିବ ସ୍କଟଲାଣ୍ଡ

53

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଆଜି ଆଫଗାନିସ୍ତାନକୁ ଭେଟିବ ସ୍କଟଲାଣ୍ଡ । ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାଠାରୁ ହାରିଥିଲା ଆଫଗାନିସ୍ତାନ । ହେଲେ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ମାତ୍ ଦେଇ ସୁପର-୧୨ ପୂର୍ବରୁ ମନୋବଳ ଦୃଢ କରିଛି । ଦଳର ବୋଲିଂ ବାହିନୀ ଭଲ ଥିବା ବେଳେ ବ୍ୟାଟରମାନେ ବିସ୍ଫୋରକ ବ୍ୟାଟିଂ କରିବା ପାଇଁ ସକ୍ଷମ । ଅନ୍ୟପଟେ ସ୍କଟଲାଣ୍ଡ ପ୍ରଥମ ରାଉଣ୍ଡରେ ବାଂଲାଦେଶକୁ ହରାଇବା ସହ ତିନିଟି ଯାକ ମ୍ୟାଚ୍ ଜିତି ସୁପର-୧୨କୁ ଆସିଛି । ତେଣୁ ଆଜିର ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି ।