କନକ ବ୍ୟୁରୋ: ଆଫଗାନିସ୍ତାନରେ ରାଜଧାନୀ କାବୁଲରେ ଏକ ଟ୍ରେନିଂ କେନ୍ଦ୍ର ଏବଂ ସ୍କୁଲ ନିକଟରେ ଆକ୍ରମଣ କରାଯାଇଛି । ସିଆ ସମ୍ପ୍ରଦାୟକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି । ଏହି ବିସ୍ଫୋରଣରେ ଏଯାଏଁ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଆଶଙ୍କା କରାଯାଉଛି ।
ସ୍କୁଲରେ ପିଲାମାନେ ଅଧ୍ୟୟନ ପାଇଁ ସେମାଙ୍କ ଶ୍ରେଣୀକୁ ଯାଉଥିବାବେଳେ ଏହି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣକୁ ନିଶ୍ଚିତ କରି ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ପରେ ସବିଶେଷ ତଥ୍ୟ ସେୟାର କରାଯିବ । କାବୁଲ ପୋଲିସ ମୁଖପାତ୍ର ଶଲିଦ୍ ଜାଦରାନ୍ ଟ୍ୱିଟରରେ କହିଛନ୍ତି । ଅବଦୁଲ ରହୀମ ସହିଦ ଉଚ୍ଚ ବିଦ୍ୟାଳୟରେ ଏହି ବିସ୍ଫୋରଣ ଘଟିଛି ଏବଂ ଏଥିରେ ଆମର ଅନେକ ସିଆ ଭାଇଙ୍କର ମୃତ୍ୟୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/31-17.jpg)