କନକ ବ୍ୟୁରୋ : ଆଫଗାନିସ୍ତାନରେ ପୁଣିଥରେ ଆତ୍ମଘାତି ବିସ୍ଫୋରଣ ଘଟିଛି । ଏଥର ରାଜଧାନୀ କାବୁଲ ଠାରେ ଥିବା ଏକ ଶିକ୍ଷାନୁଷ୍ଠାନ ଉପରେ ଏଭଳି ଆତ୍ମଘାତି ବିସ୍ଫୋରଣ କରାଯାଇଛି । କାବୁଲର ଶିୟା ଅଞ୍ଚଳକୁ ଟାର୍ଗେଟ କରି ଏଭଳି ବିସ୍ଫୋରଣ କରାଯାଇଛି । କାବୁଲ ପୋଲିସ ପ୍ରମୁଖଙ୍କ ବୟାନ ମୁତାବକ ଏହି ବିସ୍ଫୋରଣରେ ୧୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହାସହ ୨୭ ଜଣ ଲୋକ ଗୁରୁତର ହୋଇଛନ୍ତି ।

Advertisment

ଜଣେ ତାଲିବାନୀ ଅଧିକାରୀଙ୍କ ସୂଚନା ମୁତାବକ ରାଜଧାନୀ କାବୁଲ ନିକଟରେ ଥିବା ଶିୟା ବହୁଳ ଅଞ୍ଚଳରେ ଶୁକ୍ରବାର ଦିନ ଏହି ଆତ୍ମଘାତି ବିସ୍ଫୋରଣ କରାଯାଇଛି । ଏଠାରେ ଥିବା ଦଶାତୀ ବାରଚୀ ଅଞ୍ଚଳର ଏକ ଶିକ୍ଷାନୁଷ୍ଠାନକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀମାନେ । ସୂଚନା ପାଇବା ପରେ ତାଲିବାନ ସରକାର ତରଫରୁ ସେଠାରେ ଅନେକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି    । ହେଲେ ଏହି ଆତ୍ମଘାତି ବିସ୍ଫୋରଣ କିଏ କରିଛି ତା ନେଇ କୌଣସି ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟି କରିନାହାଁନ୍ତି ।