କନକ ବ୍ୟୁରୋ: ଆଫଗାନିସ୍ତାନର କାବୁଲରେ ପୁଣି ରକେଟ୍ ମାଡ । ଗୁରୁବାର ରାତିରେ ସେଠାକାର ଏକ ପାୱାର ଷ୍ଟେସନ ଉପରେ ରକେଟ୍ ମାଡ ହୋଇଛି । ତେବେ ଏହି ରକେଟ୍ ମାଡରେ କେହି ମୃତାହତ ହୋଇ ନଥିବା ସୂଚନା ରହିଥିବାବେଳେ, ସ୍ଥାନୀୟ ଗଣମାଧ୍ୟମରୁ ଏନେଇ ସୂଚନା ମିଳିଛି । ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ, ଏହି ଆକ୍ରମଣ କାବୁଲର ଏକ ପାୱାର ପ୍ଲାଣ୍ଟ ନିକଟରେ ହୋଇଛି । ଯାହାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଏହାପର୍ବରୁ ମଧ୍ୟ ଏକାଧିକ ବାର ଆଫଗାନିସ୍ତାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି ।
Several rockets hit the area near a power station in #Kabul, local media reports.
▪️No damage or casualties reported so far. pic.twitter.com/Fubcufy3mE
— EHA News (@eha_news) September 16, 2021
ଏହାପୂର୍ବରୁ ଆଫଗାନିସ୍ତାନର କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗଷ୍ଟ ୨୬ ତାରିଖରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ୧୩ ଜଣ ଆମେରିକୀୟ ସୈନିକଙ୍କ ସମେତ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏହି ଆକ୍ରମଣ ସେହି ସମୟରେ ହୋଇଥିଲା, ଯେଉଁ ସମୟରେ ବିଶ୍ୱର ବଡ ବଡ ଦେଶ ନିଜ ନାଗରିକଙ୍କୁ କାବୁଲରୁ ନିଜ ଦେଶକୁ ସ୍ଥାନାନ୍ତରିତ କରୁଥିଲେ । ଏହାର କିଛି ଦିନ ପରେ ଏବେ ପୁଣି ବିସ୍ଫୋରଣରେ ଥରିଛି କାବୁଲ ।