କନକ ବ୍ୟୁରୋ : ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ । ପ୍ରଥମେ ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଇଂଲଣ୍ଡ ଆଉ ଏବେ ପାକିସ୍ତାନ । ହାଇଭୋଲଟେଜ୍ ଲଢେଇରେ ପାକିସ୍ତାନକୁ ୮ ୱିକେଟରେ ହରାଇଛି ଆଫଗାନିସ୍ତାନ । ଚେନ୍ନାଇରେ ଖେଳାଯାଇଥିବା ରୋମାଂଚକର ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ପାକିସ୍ତାନ । ଅଧିନାୟକ ବାବର ଆଜମ ଏବଂ ଅବଦୁଲ୍ଲା ସାଫିକଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ଦଳ ୨୮୨ ରନ୍ କରିବାକୁ ସମର୍ଥ ହୋଇଥିଲା ।
ଜବାବରେ ଆଫଗାନିସ୍ତାନ ପ୍ରଥମରୁ ଆରମ୍ଭ କରିଥିଲା ଆକ୍ରମଣାତ୍ମକ ବ୍ୟାଟିଂ । ଦୁଇ ଓପନର ଗୁରବାଜ ଏବଂ ଇବ୍ରାହିମ୍ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ ରେହମତ୍ ଓ ହସମତୁଲ୍ଲାଙ୍କ ଦମଦାର ବ୍ୟାଟିଂ ବଳରେ ପାକିସ୍ତାନକୁ ୮ ୱିକେଟରେ ମାତ୍ ଦେଇଛି ଆଫଗାନିସ୍ତାନ । ଏହି ବଡ ବିଜୟ ସହ ଦଳ ପଏଣ୍ଟ୍ ତାଲିକାର ଶେଷରୁ ଷଷ୍ଠ ସ୍ଥାନକୁ ଆସିଛି । ଏହା ପୂର୍ବରୁ ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଇଂଲଣ୍ଡକୁ ୬୯ ରନରେ ହରାଇ ବିଶ୍ୱକପରେ ବଡ ବିପର୍ଯ୍ୟୟ ଘଟାଇଥିଲା ଆଫଗାନିସ୍ତାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/f.jpg)