ଭାରତରେ ତାର ଦୂତାବାସ ସ୍ଥାୟୀ ଭାବେ ବନ୍ଦ କଲା ଅଫଗାନିସ୍ଥାନ

Advertisment
ଭାରତରେ ତାର  ଦୂତାବାସ ସ୍ଥାୟୀ ଭାବେ ବନ୍ଦ କଲା ଅଫଗାନିସ୍ଥାନ

ଅଫଗାନିସ୍ଥାନ ନୂଆଦିଲ୍ଲୀରେ ଥିବା ତାର ଦୂତାବାସକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଆଫଗାନିସ୍ତାନ ଦୂତାବାସ ପକ୍ଷରୁ ଏକ ବିବୃତ୍ତି ଜାରି କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ନୂଆଦିଲ୍ଲୀରେ ଆଫଗାନିସ୍ତାନ ଏହାର ଦୂତାବାସକୁ  ସ୍ଥାୟୀ ଭାବେ ବନ୍ଦ କରିବା ନେଇ ଘୋଷଣା କରିଛି । ନୂଆଦିଲ୍ଲୀରେ ଏହାର କୂଟନୈତିକ ମିଶନ ବନ୍ଦ ସମ୍ପର୍କରେ ଏକ ସରକାରୀ ବିବୃତ୍ତି ଜାରି କରି ଆଫଗାନିସ୍ତାନ ଦୂତାବାସ କହିଛି ଯେ 'ଭାରତ ସରକାରଙ୍କ ତରଫରୁ ଆସୁଥିବା କ୍ରମାଗତ ନିର୍ଦ୍ଦେଶ ହେତୁ ଆମ୍ଭେ ଏହାକୁ ୨୩ ନଭେମ୍ବର ୨୦୨୩ ଠାରୁ କାର୍ଯ୍ୟକାରୀ କରିବାକୁ ନିଷ୍ପତି ନେଇଛୁ ।

ଆଫଗାନିସ୍ତାନ ଦୂତାବାସ ଆହୁରି କହିଛି ଯେ କିଛି ଲୋକ ଏହାକୁ ଆଭ୍ୟନ୍ତରୀଣ ବିବାଦ ବୋଲି କହିବାକୁ ଚେଷ୍ଟା କରିପାରନ୍ତି । ଦୂତାବାସ କହିଛି, 'ଭାରତରେ ଆମର ମିଶନ କାଳରେ ଆଫଗାନିସ୍ତାନ ନାଗରିକମାନଙ୍କୁ ସେମାନଙ୍କର ବୁଝାମଣା ଏବଂ ସମର୍ଥନ ପାଇଁ ଆମେ ହୃଦୟରୁ କୃତଜ୍ଞତା ଜଣାଉଛୁ । ସୀମିତ ସମ୍ବଳ ଏବଂ କ୍ଷମତା ସତ୍ତ୍ୱେ, କାବୁଲରେ ଏକ ବୈଧ  ସରକାରର ଅନୁପସ୍ଥିତିରେ ଭାରତରେ ଆମର ନାଗରିକଙ୍କ ଉନ୍ନତି ପାଇଁ ଆମେ ଅହେତୁକ ଉଦ୍ୟମ କରିଥିଲୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe