ଅର୍ଥ ସଂକଟରେ ଆଫଗାନରେ ତାଲିବାନ ସରକାର , ଶ୍ରମ ବଦଳରେ ଶ୍ରମିକଙ୍କୁ ଦେଉଛି କେବଳ ଗହମ

160

କନକ ବ୍ୟୁରୋ : ଆଫଗାନିସ୍ତାନରେ ଲୋକମାନେ ଜୀବନ ଓ ମୃତ୍ୟୁ ସହିତ ଲଢୁଛନ୍ତି । ଅକାଳରେ କରୋନା ମହାମାରୀ ସହିତ ତାଲିବାନୀ ରାଜ ସେଠାକାର ଲୋକଙ୍କ ଜୀବନକୁ ନର୍କ କରିଦେଇଛି । ଏବେ ଆଫଗାନିସ୍ତାନରେ ସବୁଠୁ ଅଧିକ ଲୋକଙ୍କର ଚିନ୍ତା କେମିତି ବଞ୍ଚିବା । ଅନ୍ୟପଟେ ଆଫଗାନରେ ତାଲିବାନ ସରକାର ଗଠନ କରିବା ପରେ ସରକାରଙ୍କୁ ଅର୍ଥ ସଂକଟ ଘାରିଛି । ଏହି କାରଣରୁ ତାଲିବାନ ସରକାର ଆଫଗାନ ଲୋକଙ୍କୁ ଶ୍ରମ ବଦଳରେ କେବଳ ଗହମ ଦେବାରେ ସକ୍ଷମ ହେଉଛି ।

କାବୁଲରେ ଶ୍ରମିକ ଭାବେ କାମ କରୁଥିବା ଲୋକମାନେ ଏବେ କେବଳ ଶ୍ରମ ବଦଳରେ କିଛି ଖାଦ୍ୟ ପଦାର୍ଥ ନେଇ ପରିବାର ଚଳାଇବାକୁ ବାଧ୍ୟ ହେଉଛନ୍ତି । ଏନେଇ ସେଠିକାର ଶ୍ରମିକମାନେ କହିଛନ୍ତି କି କିଛି ନହେଲେ ବି ଜୀବନଟା ତ ବଞ୍ଚିଯିବ ।

କିଛିଦିନ ତଳେ ୟୁଏନରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ କୁହାଯାଇଥିଲା କି ଆଫଗାନରେ ମାତ୍ର ୫ ପ୍ରତିଶତ ପରିବାର ପାଖରେ ଖାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ରହିଛି । ବାକି ୯୫ ପ୍ରତିଶତ ଲୋକ କେବଳ ଖାଦ୍ୟ ଅନ୍ୱେଷଣରେ ରହିଛନ୍ତି । ଶିକ୍ଷା, ଚାକିରୀ, ସ୍ୱାସ୍ଥ୍ୟକୁ ଏବେ ଆଫଗାନବାସୀ ଭୁଲି ଯାଇଛନ୍ତି ।

ଅବ୍ଦୁଲ ନାମକ ଜଣେ ବ୍ୟକ୍ତି ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ଆଫଗାନିସ୍ତାନରେ ଜୀବନକୁ ନେଇ କିଛି ବିଶେଷ ଆଶା କରାଯାଇପାରିବ ନାହିଁ । ତାଲିବାନ ସରକାର ପୁଣିଥରେ ଆର୍ଥିକ ଓ ଭୋକ ଉପରେ କବଜା କରିପାରିବ ସେନେଇ ଆଶା ନଥିବା କଥା ଅବ୍ଦୁଲ୍ଲ ଗଣମାଧ୍ୟମ ଆଗରେ କହିଛନ୍ତି । ସେ କହିଛନ୍ତି କି ମୋ ଭଳି ହଜାର ହଜାର ଲୋକ ଏବେ କେବଳ ମୁଠେ ଖାଦ୍ୟ ଯୋଗାଡ କରିବାକୁ ଅକ୍ଳାନ୍ତ ପରିଶ୍ରମ କରିବାରେ ଲାଗିଛନ୍ତି ।
କହିରଖୁ କି ତାଲିବାନ ସରକାରରେ ଆଫଗାନିସ୍ତାନର ଏଭଳି ସ୍ଥିତି ଦେଖି ପାକିସ୍ତାନ ସମେତ କିଛି ପଡୋଶୀ ରାଷ୍ଟ୍ର ୧ ହଜାର ଟନ୍ ଗହମ ଦାନ କରିଛନ୍ତି । ହେଲେ ଶ୍ରମ ବଦଳରେ ତାଲିବାନ ସରକାର ଗହମ ଦେବା ଦେଶର ଆର୍ଥିକ ସ୍ଥିତିକୁ ଉଜାଗର କରିବାରେ ଲାଗିଛି ।