ଟସ୍ ଜିତି ଆଫଗାନିସ୍ତାନର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଭାରତ ।

74

କନକ ବ୍ୟୁରୋ : ଆବୁଧାବିରେ ଆଉ କିଛି ସମୟ ପରେ ହେବ ଜବରଦସ୍ତ ଲଢେଇ । ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ । ତେବେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଆଫଗାନିସ୍ତାନ । ତେଣୁ ପ୍ରଥମେ ବ୍ୟାଟିଂ କରିବ ଭାରତ ।

ତେବେ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି । ୩ଟି ମ୍ୟାଚ୍ ଖେଳି ୨ଟି ବିଜୟ ସହ ଆଫଗାନିସ୍ତାନ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଆଜିର ମ୍ୟାଚରେ ଭାରତକୁ ହରାଇ ସେମିଫାଇନାଲ ଆଡକୁ ଆଉ ଏକ ପାଦ ଆଗକୁ ବଢାଇବାକୁ ଆଶା ରଖିଛି ଆଫଗାନିସ୍ତାନ । ସେହିପରି ସେମିଫାଇନାଲ ରେସରେ ପଛରେ ପଡିଥିବା ଭାରତ ଆଜିର ମ୍ୟାଚକୁ ବଡ ବ୍ୟବଧାନରେ ଜିତିବାକୁ ଲକ୍ଷ୍ୟ ରଖିଛି ।