କନକ ବ୍ୟୁରୋ : ଆବୁଧାବିରେ ଆଉ କିଛି ସମୟ ପରେ ହେବ ଜବରଦସ୍ତ ଲଢେଇ । ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ । ତେବେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଆଫଗାନିସ୍ତାନ । ତେଣୁ ପ୍ରଥମେ ବ୍ୟାଟିଂ କରିବ ଭାରତ ।
ତେବେ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି । ୩ଟି ମ୍ୟାଚ୍ ଖେଳି ୨ଟି ବିଜୟ ସହ ଆଫଗାନିସ୍ତାନ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଆଜିର ମ୍ୟାଚରେ ଭାରତକୁ ହରାଇ ସେମିଫାଇନାଲ ଆଡକୁ ଆଉ ଏକ ପାଦ ଆଗକୁ ବଢାଇବାକୁ ଆଶା ରଖିଛି ଆଫଗାନିସ୍ତାନ । ସେହିପରି ସେମିଫାଇନାଲ ରେସରେ ପଛରେ ପଡିଥିବା ଭାରତ ଆଜିର ମ୍ୟାଚକୁ ବଡ ବ୍ୟବଧାନରେ ଜିତିବାକୁ ଲକ୍ଷ୍ୟ ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/531433528004533523.jpg)